ଓଡିଶା

odisha

ETV Bharat / sports

ମହିଳା ଆଇପିଏଲ: ହରମନପ୍ରିତ୍‌ଙ୍କ ହିଟ୍‌, ସୁପରନୋଭାସ୍‌ ଜିତିଲା ଟାଇଟଲ - Harmanpreet Kaur

4 ୱିକେଟରେ ମ୍ୟାଚ ଜିତି 2ୟ ଥର ପାଇଁ ଟାଇଟଲ ଉଠାଇଛି ହରମନପ୍ରିତ୍‌ଙ୍କ ସୁପରନୋଭାସ୍‌ । ଦଳ ପକ୍ଷରୁ ଅଧିନାୟିକା ହରମନପ୍ରିତ୍‌ କୌର 37ବଲରୁ 51ରନର ଦମଦାର ପାଳି ଖେଳିଥିଲେ ।

ଫଟୋ ସୈଜନ୍ୟ- ଟ୍ବିଟର @ipl

By

Published : May 12, 2019, 6:41 AM IST

ଜୟପୁର: ରୋମାଞ୍ଚକପୂର୍ଣ୍ଣ ଦେଖିବାକୁ ମିଳିଛି ମହିଳା ଆଇପିଏଲର ଫାଇନାଲ ମ୍ୟାଚରେ । ଶେଷ ବଲରେ ଦଳକୁ ବିଜୟ ଭେଟି ଦେଇଛନ୍ତି ରାଧା ଯାଦବ । ଏଥିସହିତ 4 ୱିକେଟରେ ମ୍ୟାଚ ଜିତି 2ୟ ଥର ପାଇଁ ଟାଇଟଲ ଉଠାଇଛି ହରମନପ୍ରିତ୍‌ଙ୍କ ସୁପରନୋଭାସ୍‌ । ଦଳ ପକ୍ଷରୁ ଅଧିନାୟିକା ହରମନପ୍ରିତ୍‌ କୌର 37ବଲରୁ 51ରନର ଦମଦାର ପାଳି ଖେଳିଥିଲେ ।

ଫଟୋ ସୈଜନ୍ୟ- ଟ୍ବିଟର @ipl

ତେବେ ଟସ ହାରି ପ୍ରଥମ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଚଳିତ ସିଜିନର ନୂଆ ଦଳ ଭେଲୋସିଟି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସହ ନିର୍ଦ୍ଧାରିତ 20 ଓଭରରେ 6ୱିକେଟ ହରାଇ 121ରନ କରିଥିଲା ଭେଲୋସିଟି । ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି 6ୱିକେଟ ହରାଇ ଶେଷ ବଲରେ ମ୍ୟାଚ ବିଜୟ ହୋଇଥିଲ ସୁପରନୋଭାସ୍‌ ।

ତେବେ ମହିଳା ଆଇପିଏଲର ଏହି ଫାଇନାଲ ମ୍ୟାଚ ବେଶ ରୋମଞ୍ଚକର ଥିଲା । 19ହଜାର ଦର୍ଶକରେ ଭରପୁର ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ । ନିଜର ଟି-20କ୍ୟାରିୟର ପ୍ରଥମ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ହରମନପ୍ରତି କୌର ଦଳିୟ ସ୍କୋର 115ରନ ବେଳେ ଆଉଟ ହୋଇଯାଇଥିଲେ । ଫଳରେ ସଂକଟରେ ପଡିଥିଲା ଦଳ । ମାତ୍ର ଭାରତୀୟ ଦଳର ଅଲରାଉଣ୍ଡର ରାଧା ଯାଦବ ଓ ବିଦେଶୀ ଖେଳାଳି ଲି ଥୁ ଦଳକୁ ଶେଷ ବଲରେ ବିଜୟୀ କରାଇଥିଲେ ।

ଫଟୋ ସୈଜନ୍ୟ- ଟ୍ବିଟର @ipl

ତେବେ ମିତାଲି ରାଜ୍‌ଙ୍କ ଦଳ ଭେଲୋସିଟି ପକ୍ଷରୁ ଜାହାନରା ଆଲମ ଓ ଏମେଲିଆ କେର ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦେବୀକା ଗୋଟିଏ ୱିକେଟ ନେଇଛନ୍ତି ।

ABOUT THE AUTHOR

...view details