ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କିଛିଦିନ ତଳେ ଲଣ୍ଡନରେ ସର୍ଜରୀ ହୋଇଥିଲା। ଏହାପରେ ସେ ଭାରତକୁ ଫେରି ନିଜକୁ ଫିଟ ରଖିବାରେ ବ୍ୟସ୍ତ ଅଛନ୍ତି ହାର୍ଦ୍ଦିକ ।
ସର୍ଜରୀ ପରେ ଜିମ୍ରେ ଝାଳ ବୁହାଉଛନ୍ତି ହାର୍ଦ୍ଦିକ - hardik pandya latest news
ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ଜରୀ ପରେ ନିଜକୁ ଫିଟ ରଖିବା ପାଇଁ ଜିମ୍ରେ କରୁଛନ୍ତି କସରତ । ଖୋଦ୍ ପାଣ୍ଡ୍ୟା ନିଜର ଜିମ ଭିଡିଓ ସୋସିଆଲ ମିଡିଆରେ କରିଛନ୍ତି ସେୟାର ।

ସର୍ଜରୀ
ଫିଟନେସକୁ ଧ୍ୟାନରେ ରଖି ଜିମରେ ଝାଳ ବୁହାଉଛନ୍ତି ପାଣ୍ଡ୍ୟା । ତେବେ ନିଜେ ପାଣ୍ଡ୍ୟା ନିଜର ଜିମ ଭିଡିଓ ସେୟାର କରିଛନ୍ତି ଟ୍ବିଟରରେ। ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ମୋର ଫିଟନେସ ପାଇଁ ପିଲାଟେଜ ସାହାଯ୍ୟ କରୁଛନ୍ତି । ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ମୁଁ ସବୁ କିଛି କରୁଛି । ଆପଣମାନେ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ।