ଓଡିଶା

odisha

ETV Bharat / sports

ବାପା ତୁମେ ସବୁବେଳେ ମନେ ପଡ଼ିବ: ହାର୍ଦ୍ଦିକ ପାଣ୍ଡ୍ୟା - ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବାପାଙ୍କ ନିଧନ

ପିତାଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା। ହୃଦଘାତ ଯୋଗୁଁ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

hardik pandya shared emotional post remembering his late father
ବାପା ତୁମେ ସବୁବେଳେ ମନେ ପଡ଼ିବ: ହାର୍ଦ୍ଧିକ ପାଣ୍ଡ୍ୟା

By

Published : Jan 17, 2021, 6:04 PM IST

ନୂଆଦିଲ୍ଲୀ: ଶନିବାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପାଙ୍କ ନିଧନ ହୋଇଛି। ଏହାକୁ ନେଇ ଆଜି(ରବିବାର) ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭାବୁକ ପୋଷ୍ଟ କରିଛନ୍ତି ହାର୍ଦ୍ଦିକ। ହୃଦଘାତ ଯୋଗୁଁ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ମୃତ୍ୟୁ ହୋଇଥିଲା।

ସୋସିଆଲ ମିଡିଆ ଆକାଉଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବୁକ ହୋଇ ଲେଖିଛନ୍ତି ଯେ, "ମୋ ବାପା ଜଣେ ହିରୋ। ଆପଣଙ୍କୁ ହରାଇ ଜୀବନର ଏକ କଠିନ ସମୟ ଦେଇ ଗତି କରୁଛି। କିନ୍ତୁ ଆପଣ ଆମ ପାଇଁ ଏତେସାରା ସ୍ମୃତି ଛାଡ଼ି ଯାଇଛନ୍ତି ତାହାକୁ କେବେ ଭୁଲିବୁ ନାହିଁ। ଆପଣ ଏବେ ହସୁଥିବେ ବୋଲି ଆମେ କଳ୍ପନା କରୁଛୁ।"

ଆଗକୁ ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି, "ଆପଣଙ୍କ ପରିଶ୍ରମ ଓ ଆତ୍ମବିଶ୍ବାସ ଯୋଗୁଁ ଆପଣଙ୍କ ପୁଅ ଆଜି ଏଠି ଛିଡ଼ା ହୋଇଛି। ଆପଣ ସବୁବେଳେ ଖୁସିରେ ରହୁଥିଲେ। ଆପଣଙ୍କ ଅନୁପସ୍ଥିତି ଅନୁଭବ ହେଉଛି। ଆମେ ଆପଣଙ୍କୁ ଭଲ ପାଉଥିଲୁ ଓ ପାଉଥିବୁ। ଲାଗୁଛି ଆପଣ ମୋତେ ଏମିତି ହିଁ ଦେଖୁଛନ୍ତି ଯେମିତି ଆପଣ ସବୁବେଳେ ଦେଖନ୍ତି।"

ପିତାଙ୍କ ମୃତ୍ୟୁ ପରେ କ୍ରୁଣାଲ ପାଣ୍ଡ୍ୟା ମଧ୍ୟ ସୟଦ ମୁସ୍ତାକ ଅଲୀ ଟ୍ରଫିରୁ ଫେରି ଆସିଛନ୍ତି। ସେ ବଡ଼ୌଦା ପକ୍ଷରୁ ଟିମରେ ସାମିଲ ହୋଇଥିଲେ। ତେବେ ପିତାଙ୍କ ଖବର ପାଇ ଶେଷରେ ବାୟୋବବଲରୁ ବାହାରି ଆସି ଏହି ଦୁଃଖ ସମୟରେ ପରିବାର ସହ ରହିଛନ୍ତି। ପାଣ୍ଡ୍ୟାଙ୍କ ଏହି କଠିନ ସମୟରେ ଅଧିନାୟକ ବିରାଟ କୋହଲି, ଇର୍ଫାନ ପଠାନ ଓ ଆକାଶ ଚୋପ୍ରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

@ians

ABOUT THE AUTHOR

...view details