ଓଡିଶା

odisha

ସର୍ଜରୀ ପରେ ଗ୍ରାଉଣ୍ଡକୁ ଫେରିଲେ ହାର୍ଦ୍ଦିକ

By

Published : Nov 28, 2019, 10:45 AM IST

ଅନେକ ଦିନର ବ୍ୟବଧାନ ପରେ ଗ୍ରାଉଣ୍ଡକୁ ଫେରିଛନ୍ତି ପାଣ୍ଡ୍ୟା । ପାଣ୍ଡ୍ୟା ଦ.ଆଫ୍ରିକା ବିପକ୍ଷରେ ଟି-20 ସିରିଜ ଖେଳିବା ସମୟରେ ଆହତ ହୋଇଥିଲେ । ଏହାପରେ ହାର୍ଦ୍ଦିକଙ୍କର ଅକ୍ଟୋବରରେ ସର୍ଜରୀ କରାଯାଇଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା, hardik pandya
hardik pandya

ମୁମ୍ବାଇ: ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିର ସର୍ଜରୀ ହୋଇଥିଲା । ଏହାପରେ ସେ ବୁଧବାର ଦିନ କ୍ରିକେଟ ଗ୍ରାଉଣ୍ଡକୁ ଫେରିଛନ୍ତି । ଏହାର ସୂଚନା ନିଜେ ଏକ ଭିଡିଓ ପୋଷ୍ଟ କରି ସେ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ@hardikpandya7

ପାଣ୍ଡ୍ୟା ଅକ୍ଟୋବର ମାସରେ ଗ୍ରେଟ ବ୍ରିଟେନ ଠାରେ ସର୍ଜରୀ କରାଯାଇଥିଲା । ପାଣ୍ଡ୍ୟା ନିଜର ଟ୍ବିଟରରେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଦୀର୍ଘ ଦିନ ହେଲା ଗ୍ରାଉଣ୍ଡରୁ ବାହାରେ ଥିଲି । ଗ୍ରାଉଣ୍ଡକୁ ଫେରିବାର ଅନୁଭବ ଠାରୁ ଅଧିକ ଭଲ ଅନୁଭବ ଆଉ କିଛି ନାହିଁ ।

ତେବେ ତାଙ୍କର ଟ୍ବିଟରର ରିଟ୍ବିଟ କରି ମୁମ୍ବାଇ ଇଣ୍ଡିଆନ୍ସ ଲେଖିଛି ଯେ, ସମ୍ପୂର୍ଣ୍ଣ ଫିଟ ହୋଇ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସୂଚନାମୁତାବକ, ପାଣ୍ଡ୍ୟା ଦ.ଆଫ୍ରିକା ବିପକ୍ଷରେ ଟି-20 ସିରିଜ ଖେଳିବା ସମୟରେ ଆହତ ହୋଇଥିଲା ।

ABOUT THE AUTHOR

...view details