ଓଡିଶା

odisha

ETV Bharat / sports

‘ଜିରୋ କ୍ୟାଲୋରି’ କେକ ଖୁଆଇ ଭାଇ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

କୋରୋନା ଭାଇରସ୍ ପ୍ରଭାବରେ ସମସ୍ତ କ୍ରୀଡା ଜଗତ ସବ୍ଧ ପଡିଯାଇଥିବା ବେଳେ ଭାରତୀୟ କ୍ରିକେଟରମାନେ ନିଜ ନିଜ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏହି ଅବସରରେ ପାଣ୍ଡ୍ୟା ବ୍ରଦର୍ସ ଜନ୍ମଦିନ ପାଳନ କରୁଛନ୍ତି ।

hardik-pandya-fed-krunal-pandya-zero-calorie-cake-on-his-birthday
‘ଜିରୋ କ୍ୟାଲୋରି’ କେକ ଖୁଆଇ ଭାଇ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

By

Published : Mar 24, 2020, 10:46 PM IST

ବରୋଦା: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଆଜି ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଏକ ସ୍ବତନ୍ତ୍ର କେକ ଖୁଆଇ ଜନ୍ମଦିନକୁ ମନାଉଛନ୍ତି । କୋରୋନା ଭାଇରସ୍ ପ୍ରଭାବରେ ସମସ୍ତ କ୍ରୀଡା ଜଗତ ସବ୍ଧ ପଡିଯାଇଥିବା ବେଳେ ଭାରତୀୟ କ୍ରିକେଟରମାନେ ନିଜ ନିଜ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏହି ଅବସରରେ ପ୍ୟାଣ୍ଡ୍ୟା ବ୍ରଦର୍ସ ଜନ୍ମଦିନ ପାଳନ କରୁଛନ୍ତି ।

‘ଜିରୋ କ୍ୟାଲୋରି’ କେକ ଖୁଆଇ ଭାଇ ଜନ୍ମଦିନ ପାଳିଲେ ପାଣ୍ଡ୍ୟା

ହାର୍ଦ୍ଦିକ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏକ ମଜାଦାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବଡ଼ ଭାଇଙ୍କୁ କେକ୍ ଖାଇବାକୁ ଦେବା ଭଳି ଅଭିନୟ କରୁଛନ୍ତି | ଆହୁରି ମଧ୍ୟ, ସେମାନେ ଏହାର ନାମ ଜିରୋ କ୍ୟାଲୋରୀ କେକ୍ ରଖିଛନ୍ତି | ଫଟୋ ପୋଷ୍ଟ କରି ହାର୍ଦ୍ଦିକ କ୍ୟାପସନ୍ ଲେଖିଛନ୍ତି, ‘‘ଜନ୍ମଦିନର ଶୁଭେଚ୍ଛା ଭାଇ । ଆମେ ପରସ୍ପରର ପୃଥକ ଭାବରେ ଯତ୍ନ ନେଉଛୁ । ତେଣୁ ଆପଣଙ୍କ ପାଇଁ ମୋର ଏହି ଜିରୋ କ୍ୟାଲୋରୀ କେକ୍ ଉପହାର ।’’

ABOUT THE AUTHOR

...view details