ସିଡନୀ: ପୁଣି ଚର୍ଚ୍ଚାରେ ଅଷ୍ଟ୍ରେଲିଆର ଓପନୋର ଡେଭିଡ ଓ୍ବାର୍ଣ୍ଣାର । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ସେ ଦେଖାଇଛନ୍ତି ସ୍ପୋର୍ଟସମ୍ୟାନ ସ୍ପିରିଟ । ଯାହାର ଭିଡିଓ ଆଇସିସି ନିଜର ଅଫିସିଆଲ ଟ୍ବିଟରରେ ସେୟାର କରି ପ୍ରଶଂସା କରିଛି ।
ଗତ ଶୁକ୍ରବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଥିଲା । ଭାରତୀୟ ଦଳ ବିଜୟଲକ୍ଷ୍ୟକୁ ପିଛି କରୁଥିବାବେଳେ 31.3ଓଭର ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୋତାରେ ଲେସ୍ ଖୋଲି ଯାଇଥିଲା । ଏହି ସମୟରେ ଅଷ୍ଟ୍ରେଲିଆ ଦଳ ଡେଭିଡ ଓ୍ବାର୍ଣ୍ଣର ତାଙ୍କର ଲେସ୍ ବାନ୍ଧି ଦେଇଥିଲେ । ଏହାପରେ ହାର୍ଦ୍ଦିକ ତାଙ୍କୁ ଧନ୍ୟବାଦ ଜଣାଇଥିଲା । ତେବେ ଏହି ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଯାଇଥିଲା । ଏହାପରେ କ୍ରିକେଟ ପ୍ରେମୀମାନେ ଓ୍ବାର୍ଣ୍ଣରଙ୍କ ବେଶ୍ ପ୍ରଶଂସା କରିଛନ୍ତି ।