ଓଡିଶା

odisha

ETV Bharat / sports

ଟିମ ଇଣ୍ଡିଆ ଗବ୍ବର ଏବେ ‘ବବ୍ବୁ’, ନୂଆ ନାଁ ଦେଲେ ଭଜ୍ଜି - ହରଭଜନ ସିଂହ

କ୍ବାରେଣ୍ଟାଇନ ଲୁକ ସେୟାର କଲେ ଶିଖର ଧୱନ । ଗବ୍ବର ନାଁ ବଦଳାଇ ନୂଆ ନାଁ ଦେଲେ ହରଭଜନ ସିଂହ । ଅଧିକ ପଢ଼ନ୍ତୁ...

Harbhajan Singh, bhajji shares new nickname for dhawan,  shikhar dhawan's quarantine look, babbu, ଗବ୍ବର ଏବେ ହେଲେ ବବ୍ବୁ, ହରଭଜନ ସିଂହ, ଶିଖର ଧୱନ
ଟିମ ଇଣ୍ଡିଆ ଗବ୍ବର ଏବେ ‘ବବ୍ବୁ’, ନୂଆ ନାଁ ଦେଲେ ଭଜ୍ଜି

By

Published : May 5, 2020, 11:33 PM IST

ହାଇଦ୍ରାବାଦ: କୋରାନା କାରଣରୁ ସବୁଆଡେ ଏବେ ତାଲାବନ୍ଦ । ଲକଡାଉନ ଯୋଗୁଁ ସମସ୍ତ କ୍ରିକେଟର ମଧ୍ୟ ନିଜ ନିଜ ଘରେ ବନ୍ଦ ରହିଛନ୍ତି । କ୍ରିକେଟରମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବହୁ ସମୟ ଅତିବାହିତ କରୁଛନ୍ତି । ଯେଉଁମାନେ ସବୁବେଳେ ଭ୍ରମଣ ଏବଂ ମ୍ୟାଚ ଖେଳିବାରେ ବ୍ୟସ୍ତ ରୁହନ୍ତି - ସେମାନେ ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍‌ ସକ୍ରିୟ ରହୁଛନ୍ତି ।

ପ୍ରାୟତଃ ସମସ୍ତ କ୍ରିକେଟର ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହି ପରିସ୍ଥିତିରେ ସମସ୍ତଙ୍କୁ ପ୍ରେରଣା ଦେବା ପାଇଁ ୱାର୍କଆଉଟ ଭିଡିଓ ପୋଷ୍ଟ କରୁଛନ୍ତି ଏବଂ ନିୟମିତ ଭାବରେ ଟ୍ବିଟରରେ, ଇନଷ୍ଟାଗ୍ରାମ ଲାଇଭ ଅଧିବେଶନ କିମ୍ବା ପ୍ରଶ୍ନ ଉତ୍ତର ସେସନ କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରହୁଛନ୍ତି ।

ଶିଖରଙ୍କୁ ନୂଆ ନାଁ ଦେଲେ ଭଜ୍ଜି

ନିଜର ନିଶ ଓ ଚୁଲବୁଲା ବ୍ୟକ୍ତିତ୍ବ ପାଇଁ ଗବ୍ବର ଭାବରେ ପରିଚିତ ଭାରତୀୟ ଓପନର ଶିଖର ଧୱନ ମଧ୍ୟ ବେଶ ଆକ୍ଟିଭ ରହୁଛନ୍ତି ସୋସିଆଲ ମିଡିଆରେ । ନିଜ ପୁଅ ସହ ମଜାଳିଆ ଭିଡିଓ ସେୟାର କରୁଥିବା ଧୱନ ଏବେ ସେୟାର କରିଛନ୍ତି ନିଜର ନୂଆ ଲୁକ । ଏହାକୁ ଇନଷ୍ଟାଗ୍ରାମରେ ‘କ୍ବାରେଣ୍ଟାଇନ ଲୁକ’ ବୋଲି ଲେଖିଛନ୍ତି ଧୱନ ।

ତେବେ ଧୱନଙ୍କ ଏହି ଫଟୋ ଦେଖିବା ମାତ୍ରେ ଅଫ ସ୍ପିନର ହରଭଜନ ସିଂହ କମେଣ୍ଟ କରି ଧୱନଙ୍କୁ ଏକ ନୂଆ ନାଁ ଦେଇଛନ୍ତି ‘ବବ୍ବୁ’ ।

ABOUT THE AUTHOR

...view details