ହାଇଦ୍ରାବାଦ: ପାକିସ୍ତାନର ପଞ୍ଜାବରେ ନାନଙ୍କନ ସାହିବ ଗୁରୁଦ୍ବାର ଉପରେ ଆକ୍ରମଣକୁ କ୍ରିକେଟର ହରଭଜନ ସିଂହ ଓ ଗୌତମ ଗମ୍ଭୀର ନିନ୍ଦା କରିଛନ୍ତି । ନାନଙ୍କନ ସାହିବ ଗୁରୁଦ୍ବାର ପ୍ରଥମ ଶିଖ୍ ଗୁରୁ ନାନକ ଦେବଙ୍କ ଜନ୍ମସ୍ଥଳୀ । ଏହା ଉପରେ କିଛି ପାକିସ୍ତାନୀ ଶୁକ୍ରବାର ପଥରମାଡ କରିଥିଲେ । ମହମ୍ମଦ ହାସନ ନାମକ ଯୁବକଙ୍କୁ ପୋଲିସର ଅଟକ ବିରୋଧରେ ଏହି ପଥରମାଡ ହୋଇଥିବା କୁହାଯାଉଛି । ମହମ୍ମଦ ହାସନ ଜଣେ ଶିଖ ଝିଅକୁ ବିବାହ ପୂର୍ବରୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ ରହିଛି । ହସନଙ୍କ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅତ୍ୟନ୍ତ ଆପତ୍ତିଜନକ ଭାବେ ପବିତ୍ର ଗୁରୁଦ୍ବାରକୁ ଭାଙ୍ଗି ମସଜିଦ ନିର୍ମାଣ ପାଇଁ କହୁଛନ୍ତି ଏହି ପାକିସ୍ତାନୀ ଯୁବକ ।
ପାକିସ୍ତାନ ପଞ୍ଜାବରେ ଗୁରୁଦ୍ବାର ଉପରକୁ ପଥରମାଡ, ହରଭଜନ-ଗମ୍ଭୀରଙ୍କ ନିନ୍ଦା - କ୍ରିକେଟର ହରଭଜନ ସିଂହ
ପାକିସ୍ତାନର ପଞ୍ଜାବରେ ନାନଙ୍କନ ସାହିବ ଗୁରୁଦ୍ବାର ଉପରେ ଆକ୍ରମଣକୁ କ୍ରିକେଟର ହରଭଜନ ସିଂହ ଓ ଗୌତମ ଗମ୍ଭୀର କଡା ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...
ହରଭଜନ ଟ୍ବିଟକରି ଏହି ଭିଡିଓକୁ ସେୟାର କରିବା ସହ ଇଶ୍ବର ଏକ ବୋଲି ଲେଖିଛନ୍ତି । ଏଥିସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏହି ମାମଲାରେ ହସ୍ତକ୍ଷପ କରିବାକୁ ଅପିଲ କରିଛନ୍ତି ।
ଅନ୍ୟପଟେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସାମ୍ନାରେ ଶିଖ ସମ୍ପ୍ରଦାୟର ଲୋକେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିସହିତ ତୁରନ୍ତ ପାକିସ୍ତାନ ସରକାର ଶିଖ ସମ୍ପ୍ରଦାୟକୁ ସୁରକ୍ଷା ଓ ନିରାପତ୍ତା ଯୋଗାଇଦେବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଛି ।