ହାଇଦ୍ରାବାଦ: ନଭେମ୍ବର 5, କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖୁସି ଦିନ । କାରଣ ଆଜି ହେଉଛି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ । 31 ବର୍ଷରେ ପାଦ ଥାପିଛନ୍ତି ବିରାଟ । ଫିଟ୍ନେସ ମାମଲାରେ ପ୍ରତି ଭାରତୀୟ ଯୁବପିଢିଙ୍କ ପ୍ରେରଣା ସାଜିଥାନ୍ତି ବିରାଟ। ତେବେ ବିରାଟଙ୍କ ବାର୍ଥ ଡେ କେବଳ ଯୁବ ପିଢି ନୂହେଁ ବହୁ ପୂର୍ବତନ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିରାଟ@31: କୋହଲିଙ୍କୁ କ୍ରିକେଟ ୱାର୍ଲ୍ଡର ଶୁଭେଚ୍ଛା - Happy Birthday Virat
ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ, ଭିଭିଏସ ଲକ୍ଷ୍ମଣ, ମହମ୍ମଦ କୈଫ ଟ୍ବିଟରରେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କୋହଲିଙ୍କୁ କ୍ରିକେଟ ୱାର୍ଲ୍ଡର ଶୁଭେଚ୍ଛା
ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ, ଭିଭିଏସ ଲକ୍ଷ୍ମଣ, ମହମ୍ମଦ କୈଫ ଟ୍ବିଟରରେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିସିସିଆଇ ବିରାଟଙ୍କ ପ୍ରଥମ ଶତକର ଭିଡିଓ ସେୟାର କରି ଦଳ ଅଧିନାୟକଙ୍କୁ ଶୁଭେଚ୍ଛା ଜଣାଇଛି । 2008 ଶ୍ରୀଲଙ୍କା ବିପକ୍ଷ ଘରୋଇ ମ୍ୟାଚରେ 99 ବଲରେ ଶତକ ଯୋଡିଥିଲେ ବିରାଟ।