ଓଡିଶା

odisha

ETV Bharat / sports

ହାପି ବାର୍ଥ ଡେ ବିରାଟ !! - ଟିମ ଇଣ୍ଡିଆର କ୍ୟାପଟେନ ବିରାଟ

31 ବର୍ଷରେ ପାଦ ଥାପିଲେ ବିଶ୍ବ କ୍ରିକେଟର ଅନ୍ୟତମ ସଫଳ କ୍ରିକେଟର ଟିମ ଇଣ୍ଡିଆର କ୍ୟାପଟେନ କୋହଲି । ପତ୍ନୀଙ୍କ ସହ ଭୂଟାନରେ ଜନ୍ମଦିନ ପାଳୁଛନ୍ତି ସେ ।

ଡିଜାଇନ ଫଟୋ

By

Published : Nov 5, 2019, 8:39 AM IST

Updated : Nov 5, 2019, 9:22 AM IST

ନୂଆଦିଲ୍ଲୀ: 31 ବର୍ଷରେ ପାଦ ଥାପିଲେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ବିଶ୍ବ କ୍ରିକେଟର ଅନ୍ୟତମ ସଫଳ କ୍ରିକେଟର । ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର । ଦକ୍ଷ ଫିଲ୍ଡର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଆକ୍ରମଣାତ୍ମକ କ୍ୟାପଟେନ । କ୍ରିକେଟ ଇତିହାସରେ ବିରାଟଙ୍କ ପରି କ୍ରିକେଟର ବିରଳ । ମାତ୍ର 31 ବର୍ଷ ବୟସରେ ସେ ଅନେକ ରେକର୍ଡର ଅଧିକାରୀ । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତୀମାନକୁ ଅତିକ୍ରମ କରି ନିଜ ନାମରେ ଲେଖିଛନ୍ତି ବିରାଟ ।

ବିରାଟ କୋହଲି ବିଶ୍ବ କ୍ରିକେଟରେ ଏକ ପରିଚିତ ଓ ସଫଳତମ ନାମ । ଭାରତୀୟ କ୍ରିକେଟରେ ଅଦ୍ବିତୀୟ ରେକର୍ଡ ବ୍ରେକର । ବିରାଟଙ୍କ ବ୍ୟାଟ ଖୁବ କମ ମ୍ୟାଚରେ ନୀରବ ରୁହେ । ପଡିଆରେ ସେ ଯେତିକି ପ୍ରତିକ୍ରିୟାଶୀଳ ଥାଆନ୍ତି ସେତିକି ପ୍ରତିବଦ୍ଧ ତାଙ୍କ ବ୍ୟାଟିଂରେ ଦେଖିବାକୁ ମିଳେ । ନିଶ୍ଚିନ୍ତ ମ୍ୟାଚ ବିଜେତା, ଟିମ ଇଣ୍ଡିଆର କ୍ୟାପଟେନ, ବିରାଟ କୋହଲିଙ୍କର 1988 ନଭେମ୍ବର 5ରେ ଜନ୍ମ ଦିନ ।

ବିରାଟ କୋହଲି

18 ଅଗଷ୍ଟ 2008ରେ ଶ୍ରୀଲଙ୍କା ବିପକ୍ଷରେ ବିରାଟ ଦିନିକିଆ ଡେବ୍ୟୁ କରିଥିଲେ । 2010ରେ ଜିମ୍ବାୱେ ବିପକ୍ଷରେ ଟି20 କ୍ରିକେଟର ପ୍ରଥମ ଅନ୍ତଜାର୍ତିୟ ମ୍ୟାଚ ଖେଳିଥିଲେ । 20 ଜୁନ 2011ରେ ୱେଷ୍ଟଇଣ୍ଡିଜ ଟେଷ୍ଟ ଡେବ୍ୟୁ କରିଥିଲେ । ଏହା ପରଠାରୁ ସବୁକିଛି ଇତିହାସ ହିଁ ହୋଇଛି । ବିରାଟଙ୍କ ନାମରେ ରହିଛି 21 ହଜାରରୁ ଅଧିକ ଆନ୍ତଜାର୍ତିକ ରନ । ଟେଷ୍ଟ କ୍ରିକେଟରେ 26 ଶତକ ଓ 22 ଅର୍ଧଶତକ । ଦିନିକିଆ କ୍ରିକେଟରେ ରେକର୍ଡ 43 ଶତକ ଓ 54 ଅର୍ଧଶତକ । ଅପରାଜିତ 254ରନ ବିରାଟଙ୍କର କ୍ରିକେଟର ଲମ୍ବା ଫର୍ମାଟରେ ସର୍ବଶ୍ରେଷ୍ଠ ସ୍କୋର । ଦିନିକିଆରେ 183 ସର୍ବଶ୍ରେଷ୍ଠ ସ୍କୋର । ଦିନିକିଆ କ୍ରିକେଟରେ ଦ୍ରୁତତମ 10,000 ଓ 11,000 ରନ କରିବାରେ ବିରାଟଙ୍କ ନାମରେ ରହିଛି ବିଶ୍ବରେକର୍ଡ ।

ବିରାଟ କୋହଲି

2012, 2017 ଓ 2018 ବର୍ଷ ପାଇଁ ଆଇସିସି ପ୍ଳେୟାର ଅଫ ଦି ଇୟର ରହିଛନ୍ତି । 2016, 2017, 2018 ବର୍ଷ ପାଇଁ ୱିସଡେନ ବିଶ୍ବର ଶ୍ରେଷ୍ଠ କ୍ରିକେଟର ରହିଛନ୍ତି । 2018ରେ ଆଇସିସି ଟେଷ୍ଟ ପ୍ଲେୟାର ଅଫ ଦି ଇୟର ରହିଛନ୍ତି । 2013ରେ ଭାରତର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବିରାଟ । 2017ରେ ପଦ୍ମଶ୍ରୀ ଓ ବର୍ଷ 2018ରେ ଭାରତୀୟ କ୍ରୀଡାର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନିତ ହୋଇଛନ୍ତି । ଏଥିସହିତ ବିରାଟ କୋହଲି ବିଶ୍ବରେ ଜଣେ ଖ୍ୟାତନାମା ଆଥଲେଟ ଭାବେ ପରିଚିତ । 31 ତମ ଜନ୍ମଦିନରେ କ୍ରୀଡାଜଗତ ବିରାଟଙ୍କୁ ଢେରସାରା ଶୁଭେଚ୍ଛା ଜଣାଉଛି ।

Last Updated : Nov 5, 2019, 9:22 AM IST

ABOUT THE AUTHOR

...view details