ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ ଭାରତୀୟ କ୍ରିକେଟ ଟିମର ନୂଆ ପ୍ରାଚୀର ମାନ୍ୟତା ପ୍ରାପ୍ତ କରିଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ସୋମବାର 33ତମ ଜନ୍ମଦିନ ପାଳନ କରୁଛନ୍ତି । 25 ଜାନୁଆରୀ 1988ରେ ତାଙ୍କର ଜନ୍ମ ଗୁରୁରାଟର ରାଜକୋଟରେ ହୋଇଥିଲା ।
ଆଜିର ଦିନରେ ଯେତେବେଳେ ଅଧିକାଂଶ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକରେଟ ପଛରେ ଧାଉଁଛନ୍ତି, ପୂଜାରା କିନ୍ତୁ ସମସ୍ତଙ୍କଠୁ ନିଆରା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଚଟାଣ ପରି ଦୃଢ ଭାବେ ପ୍ରତିପକ୍ଷ ବୋଲରଙ୍କ ସାମ୍ନାରେ ଠିଆ ହେବା ସହ ଭାରତର ପରାଜୟକୁ ପଛକୁ ଠେଲି ବିଜୟ ଆଡକୁ ନେଇଯାଆନ୍ତି । ତାଙ୍କର ଠାରେ ଏହା ଖାସ୍ ଯେ ଦ୍ରାବିଡଙ୍କ ପରେ ତାଙ୍କୁ (ୱାଲ) ପ୍ରାଚୀର କୁହାଯାଉଛି ।
ଏହାର ତାଜା ଉଦାହରଣ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ମଧ୍ୟ ଅନେକବାର ନିଜର ନୂଆନାମ ସହ ଅଗଣୀତ କ୍ରିକେଟପ୍ରେମୀଙ୍କ ବିଶ୍ବାସକୁ ସଠିକ ପ୍ରମାଣିତ କରିଛନ୍ତି ଟିମ ଇଣ୍ଡିଆର ଦକ୍ଷ, ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ।
ବର୍ଷ 2010ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏହି ଖେଳାଳି । 204 ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ ମଧ୍ୟ 15,814 ରନ ସଂଗ୍ରହ କରିଛନ୍ତି । ଏଥିସହ 53.07 ହାରରେ ବ୍ୟାଟିଂ କରିବା ସହ 50 ଶତକ ଓ 60 ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଏହାବ୍ୟତୀତ 5ଟି ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିଛନ୍ତି । ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରିବା ସହ 5ଟି ମ୍ୟାଚରୁ 51 ରନ ସଂଗ୍ରହ କରିଛନ୍ତି ।
ତେବେ ଟେଷ୍ଟ କ୍ରିକେଟରେ ପୂଜାରା ଭାରତୀୟ ଟିମର ପ୍ରମୁଖ ଖେଳାଳି ରହିଛନ୍ତି । ଭାରତ ପାଇଁ ଏଯାବତ 81ଟି ଟେଷ୍ଟ ଖେଳିସାରିଥିବାବେଳେ, 47.74 ହାରରେ 6111 ରନ ସଂଗ୍ରହ କରିଛନ୍ତି । ଏଥିରେ 18 ଶତକ, 28 ଅର୍ଦ୍ଧଶତକ ଓ 3ଟି ଦ୍ବିଶତକୀୟ ଇଂନିସ ସାମିଲ ରହିଛି ।
ଜନ୍ମଦିନର ଖାସ୍ ଅବସରରେ ନଜର ପକାନ୍ତୁ ପୂଜାରାଙ୍କ କିଛି ପ୍ରମୁଖ ରେକର୍ଡ ଉପରେ-
1. ଚେତେଶ୍ବର ପୂଜାରା-ବିରାଟ କୋହଲିଙ୍କ ମଧ୍ୟରେ 222 ରନର ଭାଗିଦାରୀ ଦକ୍ଷିଣ ଆଫ୍ରିକାରେ ଭାରତର ତୃତୀୟ ସର୍ବବୃହତ ଭାଗିଦାରୀ ।