ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଭଗବାନ ବୋଲାଉଥିବା ଏହି କିମ୍ବଦନ୍ତୀଙ୍କ ଆଜି ଜନ୍ମଦିନ । 47 ବର୍ଷରେ ପାଦ ଦେଇଛନ୍ତି ସଚିନ । ବିଶ୍ବ ବିପତ୍ତି କୋରୋନା ପାଇଁ ଚଳିତ ବର୍ଷ ନିଡାମ୍ବରରେ ଜନ୍ମଦିନ ପାଳିବାକୁ ନିଷ୍ପତି ନେଇଛନ୍ତି ତେନ୍ଦୁଲକର । 1973 ଆଜିର ଦିନରେ ବମ୍ବେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ । ଆଉ 14 ନଭେମ୍ବର 2013 ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ତେନ୍ଦୁଲକର । ମାତ୍ର ଆଜି ବି କ୍ରିକେଟ ଯେମିତି ତାଙ୍କ ବିନା ଅଧୁରା ।
ତାଙ୍କର 24 ବର୍ଷର ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ବିଶ୍ବରେ କ୍ରିକେଟର ସଂଜ୍ଞା ବଦଳାଇ ଦେଇଥିଲେ । ସଚିନଙ୍କ ଆଉଟ ହେବା ମାତ୍ରେ ପ୍ରଶଂସକ ଟେଲିଭିଜନ୍ ବନ୍ଦ କରିଦେଉଥିଲେ । ଆଉ ଯେତେବେଳେ ସେ ଗ୍ରାଉଣ୍ଡକୁ ଓହ୍ଲାଉଥିଲେ ପଡିଆରେ ଶୁଣାଯାଉଥିଲା କେବଳ ଗୋଟିଏ ନାମ ସଚିନ ସଚିନ । 16 ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ଲିଟିଲ ମାଷ୍ଟର । ପରେ ରେକର୍ଡର ପାହାଡ ପରି ସେ ଆଗକୁ ବଢିଚାଲିଲେ । ଆଉ ବୋଲାଇଲେ କିମ୍ବଦନ୍ତୀ କ୍ରିକେଟର । ରନ୍ ସ୍କୋର କରିବା ଏବଂ ରେକର୍ଡ ଭାଙ୍ଗିବାରେ ତାଙ୍କର ଭୋକ ଅଷ୍ଟ୍ରେଲିଆ ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ତୁଳନା କରାଯାଏ ।