ହାଇଦ୍ରାବାଦ: ଲକଡାଉନ ଅବଧିରେ ମହାନ ଭାରତୀୟ କ୍ରିକେଟର ସଚିନ ତେଙ୍କୁଲକରଙ୍କ ଜନ୍ମଦିନ । ବିଶ୍ବ ବିପତ୍ତି କୋରୋନା ସହ ଳଢୁଥିବା ଡାକ୍ତର, ନର୍ସ ଓ ପୋଲିସ ଭାଇମାନଙ୍କ ପାଇଁ ନିଜ ଜନ୍ମଦିନକୁ ଉତ୍ସର୍ଗ କରିଛନ୍ତି ସଚିନ । ଚଳିତ ବର୍ଷ ନିଡାମ୍ବରରେ ଜନ୍ମଦିନ ପଳିବାକୁ ନିଷ୍ପତି ନେଇଛନ୍ତି ତେନ୍ଦୁଲକର । କିନ୍ତୁ ସଚିନଙ୍କ ପାଇଁ ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ । ଭାରତୀୟ କ୍ରିକେଟର ଓ ସଚିନଙ୍କ ସାଥି ଖେଳାଳିମାନେ ସଚିନଙ୍କୁ ସୋସିଆଲ ମିଡିଆ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
ଭାରତୀୟ କ୍ରିକେଟର ଦଳର ମୁଖ୍ୟକୋଚ୍ ରବି ଶାସ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ‘‘ହାପି ବର୍ଥ ଡେ ବସ ମ୍ୟାନ । କ୍ରିକେଟରେ ତୁମେ ରଚିଥିବା ରେକର୍ଡ ସବୁ ଅତୁଟନୀୟ । ’’ସେହିପରି 2008 ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ସଚିନଙ୍କ ଶତକୀୟ ପାଳିର ଭିଡିଓ ପୋଷ୍ଟ କରି ସଚିନଙ୍କୁ ଶୁଭେଚ୍ଛା ଜାଣାଇଛି ବିସିସିଆଇ ।