ହାଇଦ୍ରାବାଦ: ଭାରତୀୟ ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବ । ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ମାହିର ଏହି ଚାଇନା ମ୍ୟାନ ବୋଲର। 1994 ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ଏହି ଭାରତୀୟ ସ୍ପିନରଙ୍କ ଆଜି ହେଉଛି 25ତନ ଜନ୍ମଦିନ । ଏହି ଭାରତୀୟ ଯୁବ ସ୍ପିନରଙ୍କୁ ଇଟିଭି ଭାରତ ପରିବାର ତରପରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନ ।
ତେବେ ଚାଇନା ମ୍ୟାନଙ୍କ ଜନ୍ମଦିନରେ ନଜର ପକାଇବା ତାଙ୍କର କ୍ରିକେଟ ଯାତ୍ରା ଓ କିଛି ଖାସ ରେକର୍ଡ ଉପରେ-
2017ରେ ଭାରତୀୟ ଟିମରେ ଡେବ୍ୟୁ କରିଥିବା ଏହି ବାମହାତୀ ସ୍ପିନର 2019ରେ ପ୍ରଥମ ବିଶ୍ବକପ ଖେଳିଛନ୍ତି । ତେବେ ସେ ପ୍ରଥମ ଭାରତୀୟ ସ୍ପିନ ତଥା ଓ 2ୟ ଭାରତୀୟ ବୋଲର ଭାବେ କ୍ରିକେଟର ସମସ୍ତ ଫର୍ମାଟରେ 5 ୱିକେଟ ହଲ ନେବାର ରେକର୍ଡ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ପେସର ଭୁବନେଶ୍ବର କୁମାରଙ୍କ ନାମରେ ରହିଛି।
ତେବେ ପେସ ବୋଲିଂ ସହ ମଧ୍ୟ ଚାଇନା ମ୍ୟାନ ସ୍ପିନରଙ୍କ କିଛି ସ୍ମୃତି ଯୋଡା ହୋଇରହିଛି । କୁଳଦୀପ ନିଜର କ୍ରିକେଟ କ୍ୟାରିଅର ଜଣେ ଦ୍ରୁତ ବୋଲର ଅଧାରରେ ଆରମ୍ଭ କରିଥିଲେ । କପିଲ ପାଣ୍ଡେଙ୍କ କୋଚିଂରୁ କାନପୁର ସ୍ଥିତ କ୍ରିକେଟ ଏକାଡେମୀରେ ସେ ନିଜ କ୍ୟାରିଅର ଜଣେ ପେସ ବୋଲର ହିସାବରେ ଆରମ୍ଭ କରିଥିଲେ । ଦିନେ ୱାସିମ ୱାକ୍ରମ ଓ ଜାହିର ଖାନ ଭଲି ଦ୍ରୁତ ବୋଲର ତାଙ୍କର ଗଡ ଅଫ କ୍ରିକେଟ ଥିଲେ । ମାତ୍ର ଦୁର୍ବଳ ସ୍ବାସ୍ଥ୍ୟବସ୍ଥା ଯୋଗୁଁ କୋଚ ପାଣ୍ଡେ ତାଙ୍କୁ ସିମରରୁ ଜଣେ ରିଷ୍ଟି ସ୍ପିନର ଭାବେ ଗଢି ତୋଳିଲେ । ସେବେଠୁ ଆଉ କେବେ ପଛକୁ ଫେରି ଚାହିନାହାନ୍ତି କୁଳଦୀପ । ମର୍ଡନ ଭାରତୀୟ କ୍ରିକେଟରେ ଯୁଜୁବେନ୍ଦ୍ର ଚହଳ ଓ କୁଳଦୀପ କୁଳ-ଚା ଯୋଡି ନାମରେ ପରିଚିତ । ଏହି ଯୋଡି ବହୁଥର ଦଳ ପାଇଁ ମ୍ୟାଚ ଉଇନିଂ କମ୍ବିନେସନ ସାବ୍ୟସ୍ଥ ହୋଇଛନ୍ତି।
ଆଜି ତାଙ୍କ ଜନ୍ମଦିନରେ ବିସିସିଆଇ ତାଙ୍କ ଇଡେନ ଗାର୍ଡେନ୍ସର ଅଷ୍ଟ୍ରେଲିଆ ବିପକ୍ଷ 3/54 ପାଳିକୁ ମନେପକାଇ ତାଙ୍କୁ ବର୍ଥ ଡେ ଉଇସ୍ ଜଣାଇଛି । ସେହିପରି ଆଇସିସି ମଧ୍ୟ ଟୁଇଟ କରି କୁଳଦୀପଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।