ଓଡିଶା

odisha

ETV Bharat / sports

ହାପି ବାର୍ଥ ଡେ' ମାହି: ନଜର ପକାନ୍ତୁ 5 ଅଭୁଲା ଇନିଂସ ଉପରେ... - 2011 ବିଶ୍ବକପରେ ଫିନିସର ମାହି

15ବର୍ଷର କ୍ୟାରିୟରରେ ମହେନ୍ଦ୍ର ସିଂ ଧୋନି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ତାଙ୍କର କ୍ୟାରିୟରର 5ବେଷ୍ଟ ଇନିଂସ, ଯାହା ତାଙ୍କର ଫ୍ୟାନ୍ସଙ୍କ ପାଇଁ ଏକ ଗିଫ୍ଟ ସଦୃଶ୍ୟ ।

ଧୋନି@39:  ମାହିଙ୍କ ଅଭୁଲା 5 ଇଂନିସ
ଧୋନି@39: ମାହିଙ୍କ ଅଭୁଲା 5 ଇଂନିସ

By

Published : Jul 7, 2020, 10:53 AM IST

Updated : Jul 7, 2020, 11:30 AM IST

ହାଇଦ୍ରାବାଦ: ଖେଳଜଗତରେ 'ଧୋନି' ନାଁ ହିଁ ଯଥେଷ୍ଟ । କ୍ରିକେଟ ଜଗତରେ ଏହି ନାଁଟି ସର୍ବଦା ଚର୍ଚ୍ଚାରେ ରହିଥାଏ । ତାଙ୍କର ଦକ୍ଷତାପୂର୍ଣ୍ଣ ନେତୃତ୍ବ ହେଉ ଅବା ଶାନ୍ତ ସ୍ବଭାବ ସହ ତାଙ୍କର ଷ୍ଟାଇଲ କରିଥାଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । 7 ନଂ ବ୍ଲୁ ଜର୍ସିରେ ଯେତେବେଳେ ଗ୍ରାଉଣ୍ଡକୁ ଓହ୍ଲାଇଥାନ୍ତି ଷ୍ଟାଡିୟମରେ ଗୋଟିଏ ନାଁ ଗୁଞ୍ଜରିତ ହୋଇ ଉଠେ 'ଧୋନି' । ସେଥିରୁ ଜଣା ପଡିଯାଏ ତାଙ୍କର ଫ୍ୟାନ ଫଲୋୟର୍ସ କେତେ । ରାଞ୍ଚିର ଛୋଟ ଗଳିରୁ ଆସି ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ସେହି ମହାନ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କର ଆଜି ହେଉଛି 39ତମ ଜନ୍ମଦିନ । ତାଙ୍କ ନେତୃତ୍ବରେ ଭାରତୀୟ ଦଳକୁ ଏକ ନୂତନ ପରିଚୟ ମିଳିଛି ।

ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ତାଙ୍କର 15ବର୍ଷ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ଦିନଥିଲା ମାହି ଆଇସିସି ମାନ୍ୟତାର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ରାଜୁତି କରିଥିଲେ । ବିଶ୍ବର ବେଷ୍ଟ ଫିନିସର ଭାବେ ବି ପରିଚିତ ଏମଏସ ଧୋନି । କିଏ ତାଙ୍କୁ ଖୁସିରେ ଥାଲା ଡାକେ ତ ଆଉ କିଏ ତାଙ୍କର ଶାନ୍ତ ସ୍ବଭାବ ଦେଖି କ୍ୟାପ୍ଟନ କୁଲ ଡାକନ୍ତି ।

ଏହି କ୍ରିକେଟ ଆଇକନ ଏମଏସ ଧୋନିଙ୍କ ଜନ୍ମଦିନରେ ଆମେ ତାଙ୍କର କିଛି ଗୁରୁତ୍ବପୂର୍ଣ୍ଣ ଇନିଂସ ସମ୍ପର୍କରେ ଆପଣଙ୍କୁ ଅବଗତ କରାଉଛୁ ।

1.148vs ପାକିସ୍ତାନ, 2005

ପାକିସ୍ତାନ ବିପକ୍ଷରେ ମାହିଙ୍କ 148ର ପାଳି

ନିଜର ପ୍ରଥମ ଚାରିଟି ଦିନିକିଆରେ ଅସଫଳ ରହିବା ପରେ ବିଶାଖାପଟନମରେ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ଧୋନି । ମାତ୍ର 123ବଲ୍‌ରେ 15ଟି ଚୌକା ଓ 4ଟି ଛକା ବଳରେ 148ରନ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରିଥିଲେ ମାହି । ମାହିଙ୍କ ଏହି ଦମଦାର ପାଳି ଯୋଗୁଁ ଭାରତ 50ଓଭରରେ 356ରନ ହାସଲ କରିଥିଲା ଓ 58ରନ୍‌ରେ ପାକିସ୍ତାନକୁ ମାତ୍‌ ମଧ୍ୟ ଦେଇଥିଲା ।

2.183 vs ଶ୍ରୀଲଙ୍କା, 2005

ଶ୍ରୀଲଙ୍କା ବିପକ୍ଷରେ ଜୟପୁରରେ 183ରନର ପାଳି

2005ରେ ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଏମଏସ ଧୋନି ନିଜ କ୍ୟାରିୟରରେ ସବୁଠାରୁ ବଡ ସ୍କୋର କରିଥିଲେ । ଭାରତ-ଶ୍ରୀଲଙ୍କା ମ୍ୟାଚରେ ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । କୁମାର ସାଙ୍ଗାକାରଙ୍କ ଶତକ ବଳରେ 298 ରନ କରିଥିଲା ଶ୍ରୀଲଙ୍କା । ଜବାବରେ ଧୋନି 145ବଲ୍‌ରେ ନଟଆଉଟ ରହି183ରନ ସଂଗ୍ରହ କରିଥିଲେ । ଫଳରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ କରିଥିଲା । ଏହି ଇନିଂସରେ ମାହି 15ଟି ଚୌକା ଓ 10ଟି ଛକା ମାରିଥିଲେ ।

3.139 vs ଆଫ୍ରିକାXI, 2007

ଆଫ୍ରିକXI ବିପକ୍ଷରେ ଧୋନିଙ୍କ 139ରନର ଦମଦାର ପାଳି

2007ରେ ଏସିଆXI ପକ୍ଷରୁ ଧୋନି 97ବଲ୍‌ରେ 139ରନର ଦମଦାର ଇନିଂସ ଖେଳିଥିଲେ । ଏହି ଇଂନିସରେ 15ଟି ଚୌକା ଓ 5ଟି ଛକା ମାରିଥିଲେ । ମାହିଙ୍କ ଏହି ବିସ୍ଫୋରକ ଇଂନିସ ଏସିଆXIକୁ 13ରନରେ ବିଜୟ ଦେଇଥିଲା ।

4.91vs ଶ୍ରୀଲଙ୍କା,2011

2011 ବିଶ୍ବକପରେ ଫିନିସର ମାହି

2011ବିଶ୍ବକପ ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 275ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ମ୍ୟାଚରେ ସଚିନ ଓ ସେହ୍ୱାଗ ଶୀଘ୍ର ଆଉଟ ହୋଇ ଯାଇଥିଲେ ଫଳରେ ଟିମ ଇଣ୍ଡିଆ ଚାପରେ ରହିଥିଲା । ଗୌତମ ଗମ୍ଭୀର 97ରନର ଇନିଂସ ଖେଳି ମ୍ୟାଚକୁ ଟ୍ରାକକୁ ଆଣିଥିଲେ । ମାତ୍ର ମାହି ମ୍ୟାଚ ଫିନିସର ହୋଇଥିଲେ । 89ବଲ୍‌ରେ 8ଟି ଚୌକା ଓ 2ଟି ଛକା ବଳରେ 91ରନର ନଟଆଉଟ ପାଳି ଖେଳି 28ବର୍ଷ ପରେ ଭାରତ ପୁଣି ହୋଇଥିଲା ବିଶ୍ବ ବିଜେତା । ଓ୍ବାଙ୍ଖଡେ ଷ୍ଟାଡିୟମରେ ଏମଏସ ଧୋନି ଛକା ମାରି ଦଳକୁ ଜିତାଇଥିଲେ, ସେହି ଅନ୍ଦାଜକୁ ଫ୍ୟାନ୍ସ ଆଜିବି ମନେ ରଖିଛନ୍ତି ।

5.224vs ଅଷ୍ଟ୍ରେଲିଆ, 2013

ଅଷ୍ଟ୍ରେଲିଆ ବିପକ୍ଷରେ 224ରନର ପାଳି ଖେଳିଥିଲେ ଧୋନି

2012-13 ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ଧୋନି ଚେନ୍ନାଇର ଏମଏ ଚିଦମ୍ବରମ ଗ୍ରାଉଣ୍ଡରେ କଙ୍ଗାରୁ ଦଳ ବିପକ୍ଷରେ 265ବଲରେ 24ଟି ଚୌକା ଓ 6ଟି ଛକା ବଳରେ ନିଜର ଟେଷ୍ଟ କ୍ୟାରିୟରର ପ୍ରଥମ ଓ ଏକମାତ୍ର ଡବଲ ସେନଚୁରୀ ମାରିଥିଲେ । ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ 8 ଓ୍ବିକେଟରେ ମାତ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2020, 11:30 AM IST

ABOUT THE AUTHOR

...view details