ଆଡିଲେଡ:ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସାଜଦେଶ ସୋମବାର ନିଜର 33ତମ ଜନ୍ମଦିନ ପାଳିଛନ୍ତି । ଫଳରେ ପତ୍ନୀ ରିତିକାଙ୍କୁ ରୋହିତ ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।
ଇନଷ୍ଟାଗ୍ରାମ ପେଜରେ ରୋହିତ ଲେଖିଛନ୍ତି, "ହାପି ବର୍ଥ ଡେ, ଲଭ ୟୁ ଫରଏଭର" ।

ଏହି ସେଲିବ୍ରେଟି ଦମ୍ପତ୍ତି ବର୍ଷ 2015ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଓ ତାଙ୍କର ଝିଅ ମଧ୍ୟ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରୋହିତ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ୍ବାରେଣ୍ଟିନରେ ରହିଛନ୍ତି ।
ଭାରତୀୟ ଟିମ ପ୍ରଥମ ଟେଷ୍ଟରେ ପରାଜିତ ହେବା ସହ ସିରିଜରେ 0-1ରେ ପଛୁଆ ରହିଛି । ରୋହିତ ଆହତ କାରଣରୁ ସେମି ଓଭର ସିରିଜରୁ ବାଦ ପଡିଥିଲେ । ତେବେ ଦୁଇଟି ଟେଷ୍ଟ ପାଇଁ ରୋହିତଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ