ଓଡିଶା

odisha

ETV Bharat / sports

33 ବର୍ଷରେ ପାଦ ଦେଲେ 'ହିଟମ୍ୟାନ' - Rohit Sharma three double tons

33 ବର୍ଷରେ ପାଦଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରୋହିତଙ୍କ ଶର୍ମା । ବିସ୍ପୋରକ ବ୍ୟାଟିଂ ସହ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକର ଅଧିକାରୀ ରୋହିତ, କ୍ରିକେଟ ଫ୍ୟାନ୍ସଙ୍କ ନିକଟରେ 'ହିଟମ୍ୟାନ' ଭାବେ ପରିଚିତ ।

Happy Birtday Rohit Sharma: Relive three double tons scored by 'Hitman' in ODIs
33ବର୍ଷରେ ଦିନିକିଆ କ୍ରିକେଟର 'ହିଟମ୍ୟାନ' ରୋହିତ ଶର୍ମା

By

Published : Apr 30, 2020, 2:57 PM IST

ମୁମ୍ବାଇ: 33 ବର୍ଷରେ ପାଦଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରୋହିତଙ୍କ ଶର୍ମା । ବିସ୍ପୋରକ ବ୍ୟାଟିଂ ସହ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକର ଅଧିକାରୀ ରୋହିତ, କ୍ରିକେଟ ଫ୍ୟାନ୍ସଙ୍କ ନିକଟରେ 'ହିଟମ୍ୟାନ' ଭାବେ ପରିଚିତ ।

23ଜୁନ 2007ରେ ଭାରତୀୟ ଦିନିକିଆ ଜର୍ସିରେ ପ୍ରଥମ ଥର ନଜର ଆସିଥିରେ ରୋହିତ ଶର୍ମା । ତେବେ ପ୍ରଥମରୁ ଶେଷଭାଗରେ ବ୍ୟାଟିଂ ସୁଯୋଗ ପାଇଥିବା ରୋହିତ ସମୟକ୍ରମେ ଭାରତୀୟ ଦଳରେ ସୀମିତ କ୍ରିକେଟର ନୀୟମିତ ଓପନର ବନିଯାଇଥିଲେ । ଓପନର ଭାବେ ପ୍ରଥମ ବଲରୁ ହିଁ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଦିଅନ୍ତି ରୋହିତ । ସେଥିପାଇଁ ସେ ଦିନିକିଆ କ୍ରିକେଟରେ 3ଟି ବିରଳ ଦ୍ବିଶତକର ଅଧିକାରୀ ହୋଇଛନ୍ତି ।

ରୋହିତ ଶର୍ମା

ନଜର ପକାନ୍ତୁ ରୋହିତଙ୍କ ଏହି 3ଟି ଦ୍ବିଶତକୀୟ ଇଂନିସ ଉପରେ...

1. 209 ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ 2013

2013ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ଦ୍ବିଶତକ ହାସଲ କରିଥିଲେ ରୋହିତ ଶର୍ମା । 158 ବଲରୁ 209 ରନର ଇଂନିସ ଖେଳିଥିଲେ ରୋହିତ । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ 383 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିବା ସହ ଭାରତ 57 ରନରେ ବିଜୟୀ ହୋଇଥିଲା ।

2. 264 ବନାମ ଶ୍ରୀଲଙ୍କା, କୋଲକାତା 2014

2ୟ ଦ୍ବିଶତକ ରୋହିତ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଛନ୍ତି । କୋଲକାତାରେ ମାତ୍ର 173 ବଲରୁ ଅବିଶ୍ବସନୀୟ 264 ରନର ମାରାଥନ ଇନିଂସ ଖେଳିଥିଲେ ଟିମ ଇଣ୍ଡିଆର ଏହି ହିଟମ୍ୟାନ । ଏହି ସ୍କୋର ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ସ୍କୋର ରହିଛି ।

3. 208 ବନାମ ଶ୍ରୀଲଙ୍କା, 2017, ମୋହାଲି

3ୟ ଦ୍ବିଶତକ ରୋହିତ ବର୍ଷ 2017ରେ ମୋହାଲି ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଛନ୍ତି । 153 ବଲରୁ 208 ରନର ଧୁଆଁଧାର ଇଂନିସ ଖେଳିଥିଲେ ରୋହିତ । ଏହି ବିସ୍ପୋରକ ଇଂନିସରେ 12ଟି ଛକା ଓ 13ଟି ଚୌକା ସାମିଲ ରହିଛି । ଶ୍ରୀଲଙ୍କା ସାମ୍ନାରେ ଭାରତର ସ୍କୋର 392/4 ରହିଥିଲା । ପରେ 141 ରନର ବଡ ବ୍ୟବଧାନରେ ଭାରତକୁ ବିଜୟ ମିଳିଥିଲା ।

2019 ଦିନିକିଆ କ୍ରିକେଟ ବିଶ୍ବକପର ବ୍ୟାଟିଂ ହିରୋ ରହିଥିଲେ ରୋହିତ । 9ଟି ମ୍ୟାଚରୁ 81.00 ହାରରେ 648 ରନ ସଂଗ୍ରହ କରିଥିଲେ । ଏଥିସହିତ ବିଶ୍ବକପର ଗୋଟିଏ ସଂସ୍କରଣରେ 5ଟି ଶତକ ହାସଲ କରିବାର ରେକର୍ଡ କରିଥିଲେ ।

ବ୍ୟୁରୋ ରିରୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details