ଓଡିଶା

odisha

By

Published : May 25, 2020, 11:42 AM IST

ETV Bharat / sports

ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

2000 ମସିହାରେ ଭାରତରେ ଘଟିଥିବା ଚର୍ଚ୍ଚିତ ମ୍ୟାଚ ଫିକ୍ସିଂ ଘଟଣାର ରହସ୍ୟ ଉନ୍ମୋଚନ କରିଛି ଦିଲ୍ଲୀ ପୋଲିସ । ହାଇପ୍ରୋଫାଇଲ ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂର ମାମଲାର ଗୁମର ଫିଟିଛି । ଅଧିକ ପଢନ୍ତୁ...

Hansie Cronje match-fixing scandal: Mumbai Test and Coachin ODI in 2000were fixed, reveals Dealhi police
ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

ନୂଆଦିଲ୍ଲୀ: 2000 ମସିହାରେ ଭାରତରେ ଘଟିଥିବା ଚର୍ଚ୍ଚିତ ମ୍ୟାଚ ଫିକ୍ସିଂ ଘଟଣାର ରହସ୍ୟ ଉନ୍ମୋଚନ କରିଛି ଦିଲ୍ଲୀ ପୋଲିସ । ହାଇପ୍ରୋଫାଇଲ ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂର ମାମଲାର ଗୁମର ଫିଟିଛି ।

ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

ବର୍ଷ 2000ରେ ଭାରତ-ଦକ୍ଷିଣ ଆଫ୍ରିକା କୋଚୀନ ଦିନିକିଆ ଓ ମୁମ୍ବାଇ ଟେଷ୍ଟରେ ଫିକ୍ସିଂ ହୋଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

ଏହି ଚର୍ଚ୍ଚିତ ମ୍ୟାଚ ଫିକ୍ସିଂ ଘଟଣାର ତଦନ୍ତ ଜାରି ରଖିଥିଲା ଦିଲ୍ଲୀ ପୋଲିସ । ବ୍ରିଟିସ ନାଗରିକତ୍ବ ହାସଲ କରିସାରିଥିବା ଘଟଣାର ମାଷ୍ଟରମାଇଣ୍ଡ ବୁକି ସଞ୍ଜୀବ ଚାୱଲାଙ୍କୁ, ଲଣ୍ଡନରୁ ଭାରତ ଆଣି ପଚରାଉଚୁରା କରିଥିଲା । ତେବେ ଟ୍ରାଏଲ କୋର୍ଟ ବୁକି ସଞ୍ଜୀବଙ୍କୁ 2ଲକ୍ଷ ଟଙ୍କା ଜୋରିମାନା ସହ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ତିହାର ଜେଲରେ କୋରୋନା ସଂକ୍ରମଣର ଭୟ ରହିଥିବା ଆଳ ଦେଖାଇ ଜାମିନ ପାଇଥିଲେ ସଞ୍ଜୀବ । ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ମେ 13ରେ ସୁପ୍ରିମ କୋର୍ଟରେ ହୋଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା । ଆସନ୍ତା ମାସରେ ସମ୍ଭବତଃ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିପାରେ ।

ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

ନଜର ପକାନ୍ତୁ କଣ ଥିଲା ଏହି ଚର୍ଚ୍ଚିତ ମ୍ୟାଚ ଫିକ୍ସିଂ ଘଟଣାବଳୀ...

ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସି 2ଟିକିଆ ଟେଷ୍ଟ ଓ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା । ତେବେ ଦିଲ୍ଲୀ ପୋଲିସର ସଦ୍ୟ ଚାର୍ଜସିଟ ଅନୁଯାୟୀ ଟେଷ୍ଟ ସିରିଜର ମୁମ୍ବାଇ ଟେଷ୍ଟ ଓ ଦିନିକିଆ ସିରିଜର କୋଚୀନ ଦିନିକିଆ ମ୍ୟାଚ ଫିକ୍ସିଂ ହୋଇଛି ।

ଦିଲ୍ଲୀ ପୋଲିସ ଖୋଲିଲା ହନ୍ସି କ୍ରୋଞ୍ଜେ ମ୍ୟାଚ ଫିକ୍ସିଂ ଗୁମର

କେମିତି ଥିଲା ଫିକ୍ସିଂର ଚୁକ୍ତି....

ଦକ୍ଷିଣ ଆଫ୍ରିକା ଟିମ ଗୋଟିଏ ଇଂନିସରେ 250 ଅଧିକ ରନ କରିବ ନାହିଁ । ତେବେ ଏହି ଟେଷ୍ଟରେ ମାତ୍ର 3 ଦିନରେ ଭ୍ରମଣକାରୀ ଦଳ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇଂନିସରେ 225 ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ176 ରନ କରିଥିଲା । ପରେ ଦ୍ବିତୀୟ ଇଂନିସରେ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ମାତ୍ର 113 ରନରେ ଅଲଆଉଟ ହୋଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା 164 ରନ କରିବା ସହ ବିଜୟୀ ହୋଇଥିଲା । ତେବେ ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକା 250ରୁ ଅଧିକ ସ୍କୋର କରିନଥିଲା । ଏହାପରେ ତତ୍କାଳୀନ ଦକ୍ଷିଣ ଆଫ୍ରିକା କ୍ୟାପଟେନ ହନ୍ସି କ୍ରୋଞ୍ଜେଙ୍କ ନାମରେ ଫିକ୍ସିଂ ଅଭିଯୋଗ ଆସିଥିଲା ।

କୋଚୀନ ଦିନିକିଆରେ ମଧ୍ୟ ବୁକି ସଞ୍ଜୀବ ଚାୱଲା ଦକ୍ଷିଣ ଆଫ୍ରିକାକୁ ସାମର୍ଥ୍ୟ ଠାରୁ କମ ପ୍ରଦର୍ଶନ କରିବାକୁ ବାରମ୍ବାର ବାରମ୍ବାର କହିଥିବା ଜଣାପଡିଛି । ଏନେଇ ବୁକି ସଞ୍ଜୀବ ଚାୱଲା କ୍ୟାପଟେନ ହନ୍ସିଙ୍କ ମଧ୍ୟରେ ଆକାଉଣ୍ଟରେ ଟଙ୍କା ଡିପୋଜିଟର ଅଡିଓ ମଧ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details