ଓଡିଶା

odisha

ETV Bharat / sports

ହାମିଲଟନ ଟି-20: ନ୍ୟୁଜିଲାଣ୍ଡ ଆଗରେ 180 ରନ୍‌ର ବିଜୟଲକ୍ଷ୍ୟ - 180 target for New Zealand

ନ୍ୟୁଜିଲାଣ୍ଡର ସିଡନ ପାର୍କରେ ଖେଳାଯାଉଥିବା ତୃତୀୟ ଟି-20ରେ ଭାରତ, ନ୍ୟୁଜିଲାଣ୍ଡ ଆଗରେ 180 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Hamilton t-20, 180 target for New Zealand
ହାମିଲଟନ ଟି-20: ନ୍ୟୁଜିଲାଣ୍ଡ ଆଗରେ 180 ବିଜୟଲକ୍ଷ୍ୟ

By

Published : Jan 29, 2020, 2:32 PM IST

ହାମିଲଟନ: ନ୍ୟୁଜିଲାଣ୍ଡର ସିଡନ ପାର୍କରେ ଖେଳାଯାଉଥିବା ତୃତୀୟ ଟି-20ରେ ଭ୍ରମଣକାରୀ ଭାରତ, ଘରୋଇ ନ୍ୟୁଜିଲାଣ୍ଡ ଆଗରେ 180 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟି ଆମନ୍ତ୍ରଣ ପାଇଁ ଭାରତ 5 ୱିକେଟ ହରାଇ 179 ରନ ସଂଗ୍ରହ କରିଛି।

ହାମିଲଟନ ଟି-20: ନ୍ୟୁଜିଲାଣ୍ଡ ଆଗରେ 180 ବିଜୟଲକ୍ଷ୍ୟ

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 65 ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି 38, ଲୋକେଶ ରାହୁଲ 27 ରନ କରିଥିଲେ। ସେହିପରି ମନୀଷ ପାଣ୍ଡେ 14 ଓ ରବିନ୍ଦ୍ର ଜାଡେଜା 10 ରନରେ ନଟ ଆଉଟ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବନେଟ 3ଟି ୱିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ସାଣ୍ଟନର ଓ କୋଲିନ ଡି ଗ୍ରାଣ୍ଡହୋମ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି।

ABOUT THE AUTHOR

...view details