ଓଡିଶା

odisha

ETV Bharat / sports

19ବର୍ଷ ପରେ ଖାସ୍ ଲୋକଙ୍କୁ ଖୋଜୁଛନ୍ତି ମାଷ୍ଟର ବ୍ଳାଷ୍ଟର

ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର 19 ବର୍ଷ ପରେ ଚେନ୍ନାଇର ଏକ ହୋଟେଲ ୱେଟରଙ୍କୁ ଖୋଜିବାକୁ ଟ୍ବିଟରରେ ଅପିଲ କରିଛନ୍ତି । ସେଠାରେ ୱେଟର ଥିବା ଚେନ୍ନାଇର ଗୁରୁପ୍ରସାଦ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତାକାର ଦେଇଛନ୍ତି । ଅଧିକ ପଢନ୍ତୁ...

ଖାସ୍ ଲୋକଙ୍କୁ ଖୋଜୁଛନ୍ତି ମାଷ୍ଟର ବ୍ଳାଷ୍ଟର
ଖାସ୍ ଲୋକଙ୍କୁ ଖୋଜୁଛନ୍ତି ମାଷ୍ଟର ବ୍ଳାଷ୍ଟର

By

Published : Dec 15, 2019, 9:55 PM IST

Updated : Dec 15, 2019, 10:39 PM IST

ଚେନ୍ନାଇ: ନିଜ ପସନ୍ଦର ସେଲିବ୍ରେଟିଙ୍କୁ ଖୋଜିଥାନ୍ତି ଫ୍ୟାନ୍ସ । ମାତ୍ର ପୂର୍ବତନ ଭାରତୀୟ କ୍ରିକେଟର ତଥା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ନିଆରା ମହାନତା ଦେଖାଇଛନ୍ତି । 19 ବର୍ଷ ତଳର ଜଣେ ଫ୍ୟାନ୍ସଙ୍କୁ ମନେ ପକାଇଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର ।

ଫଟୋ ସୌଜନ୍ୟ: twitter

ଚେନ୍ନାଇର ଏକ ହୋଟେଲରେ ସଚିନ ଭାରତୀୟ ଟିମ ସହିତ ଥିଲେ । ଅର୍ଡର ପାଇ ସଚିନଙ୍କ ପାଇଁ କଫି ନେଇ ଆସିଥିଲେ ୱେଟର । ତେବେ କ୍ରିକେଟକୁ ନେଇ ୱେଟର ଜଣଙ୍କ ସଚିନଙ୍କ ସହ କିଛି କଥା ହେବାକୁ କହିଥିଲେ । ସଚିନ କହୁଣୀରେ ଗାର୍ଡ ପିନ୍ଧି ଖେଳିଲେ ତାଙ୍କର ବ୍ୟାଟ ଚାଳନା ବାରମ୍ବାର ବଦଳିଯାଉଥିବା କହିଥିଲେ ୱେଟର । ଫଳରେ ଏହାକୁ ଠିକ କରିବାକୁ ସେ କହିଥିଲେ । ସେ ୱେଟର ଜଣଙ୍କ ହେଉଛନ୍ତି ଚେନ୍ନାଇର ଗୁରୁପ୍ରସାଦ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

19 ବର୍ଷ ତଳର ସେ ଘଟଣାକୁ ସଚିନ ମନେରଖିଥିବାରୁ ଗୁରୁପ୍ରସାଦ ସଚିନଙ୍କୁ ସାଲ୍ୟୁଟ କରିଛନ୍ତି । ଏଥିସହିତ ଏହି ମହାନତା ହିଁ ସଚିନଙ୍କୁ ମହାନ କରିଛି ବୋଲି ଗୁରୁପ୍ରସାଦ କହିଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଗୁରୁପ୍ରସାଦ ମାଷ୍ଟର ବ୍ଳାଷ୍ଟରଙ୍କୁ ଧନ୍ୟବାଦ ଦେବାସହ ତାଙ୍କ ଟ୍ବିଟର ଉତ୍ତର ଦେଇଛନ୍ତି । ଗୁରୁପ୍ରସାଦ ଏବେ କଣ କରୁଛନ୍ତି ଜାଣିବାକୁ ଚେନ୍ନାଇବାସୀଙ୍କୁ ଟ୍ବିଟରରେ ଅପିଲ କରିଥିଲେ ସଚିନ ।

Last Updated : Dec 15, 2019, 10:39 PM IST

ABOUT THE AUTHOR

...view details