ହାଇଦ୍ରାବାଦ:ଗୁରକିରତ ସିଂହ ମନଙ୍କୁ ଟିମରେ ସାମିଲ କରିଛି କୋଲକାତା ନାଇଟ ରାଇଡର୍ସ । ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବଦଳ ଖେଳାଳି ଭାବେ ଗୁରକିରତଙ୍କୁ ଟିମରେ ସାମିଲ କରିଛି କେକେଆର । ଆଣ୍ଠୁରେ ଆଘାତ ଯୋଗୁଁ ସଂପୂର୍ଣ୍ଣ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳିବେନି ରିଙ୍କୁ ।
2017ରେ ଆଇପିଏଲ ଡେବ୍ୟୁ କରିଥିବା ରିଙ୍କୁ ମୋଟ 11ଟି ମ୍ୟାଚ ଖେଳିଛନ୍ତି । ତାଙ୍କ ବଦଳରେ କେକେଆରରେ ସାମିଲ ହୋଇଥିବା ଗୁରକିରତ ଶେଷଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ 2020 ଖେଳିଥିଲେ । ତେବେ ଆଇପିଏଲ 2021 ନିଲାମ ପୂର୍ବରଦୁ ଆରସିବି ତାଙ୍କୁ ରିଲିଜ କରିଥିଲା ।