ନୂଆଦିଲ୍ଲୀ: ପ୍ରାୟ 50 ବର୍ଷ ତଳର ପୁରୁଣା ଟେଷ୍ଟ କ୍ରିକେଟ ଡେବ୍ୟୁ । ଖାଲି ଡେବ୍ୟୁ ନୁହେଁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ପ୍ରଥମ ଟେଷ୍ଟରେ ଶତକ ହାସଲ । ଯାହା ଆଜି ବି ଜୀବନ୍ତ । ଯେଉଁ ଇଂନିସ ଥିଲା ଗୌରବମୟ ଭାରତୀୟ କ୍ରିକେଟର ମୂଳଦୁଆ ।
ନଭେମ୍ବର 15ରେ ଅଷ୍ଟ୍ରେଲିଆ ବିପକ୍ଷ କାନପୁର ଟେଷ୍ଟରେ ଟେଷ୍ଟ ଡେବ୍ୟୁ କରିଥିଲେ ଗୁଣ୍ଡାପ୍ପା ବିଶ୍ବନାଥ । ଡେବ୍ୟୁ ମ୍ୟାଚରେ ସେହି ସାହସୀ ଶତକୀୟ ଇଂନିସକୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ଚର୍ଚ୍ଚାହୁଏ । ପ୍ରଥମ ଇଂନିସରେ କଙ୍ଗାରୁ ବୋଲର ବେଶୀସମୟ କ୍ରିଜରେ ରହିବାକୁ ଦେଇନଥିଲେ । ଶୂନ ସ୍କୋରରେ ୱିକେଟ ହରାଇଥିଲେ ବିଶ୍ବନାଥ । ମାତ୍ର 2ୟ ଇଂନିସରେ ଦମଦାର ଶତକ ସହ ଡେବ୍ୟୁମାନ ବିଶ୍ବନାଥ ସମସ୍ତଙ୍କ ହୃଦୟ ଜିତିଥିଲେ ।
ବିଶ୍ବନାଥଙ୍କ ଟେଷ୍ଟ ଡେବ୍ୟୁ ବିଷୟରେ ସେ ନିଜେ ଜାଣିନଥିଲେ । କ୍ୟାପଟେନ ମାକ ପଟଉଦି ଡ୍ରେସିଂଙ୍ଗ ରୁମରେ 11 ଜଣିଆ ଖେଳାଳି ତାଲିକା ଲଗାଇ କହିଥିଲେ 'ଦିସ ଇଜ ଦ ଟିମ' । ଏହାପରେ ପାଖକୁ ଯାଇ ବିଶ୍ବନାଥ ଯାହା ଦେଖିଲେ ତାଙ୍କ ପାଇଁ ସ୍ବପ୍ନ ଥିଲା । ନଂ1ରେ ଫାରୋଖ ଇଞ୍ଜିନିୟର, 2ରେ ଅଶୋକ ମଙ୍କଡ, 3ରେ ଅଜିତ ୱାଡେକର ଏବଂ ନଂ4ରେ ଜିଆର ବିଶ୍ବନାଥ । ଏହା ଦେଖି ବିଶ୍ବନାଥ ସ୍ତବ୍ଦ ହୋଇଯାଇଥିଲେ । ପରେ କ୍ୟାପଟେନ ପାଖକୁ ଆସି କହିଥିଲେ ତାଲିକାରେ ଥିବା ନଂ ଅନୁଯାୟୀ ବ୍ୟାଟିଂ ଅର୍ଡର ରହିଛି । ସମସ୍ତେ ପ୍ରସ୍ତୁତ ହୋଇଯାଅ ଆମର ବ୍ୟାଟିଂ ।
ଏହାପରେ ବିଶ୍ବନାଥ ବ୍ୟାଟିଂ ଯାଇ ପ୍ରଥମ ଇଂନିସରେ ଶୂନ୍ୟରେ ଆଉଟ ହୋଇଥିଲେ । ମାତ୍ର 2ୟ ଇଂନିସରେ 6ଘଣ୍ଟା ବ୍ୟାଟିଂ କରି 137 ରନର ଆକର୍ଷଣୀୟ ଇଂନିସ ଖେଳିଥିଲେ । ତେବେ ଆଉଟ ହେବାବେଳକୁ ସମସ୍ତ ଦର୍ଶକ ଛିଡାହୋଇ ସାଧୁବାଦ ଜଣାଇଥିଲେ ।