ଆଣିଗୁଆ: ଶ୍ରୀଲଙ୍କା ଓପନର ଧନୁସ୍କା ଗୁଣତିଳକାଙ୍କ ନାମରେ ବୁଧବାର ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଓ ମୋଟଭାବେ ଅଷ୍ଟମ ବ୍ୟାଟ୍ସମ୍ୟାନ ଫିଲ୍ଡିଂରେ ବାଧାଦେବା ଫଳରେ ଆଉଟ ହୋଇଛନ୍ତି ।
ଏହି ଘଟଣା ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘଟିଛି । ମ୍ୟାଚ 22ତମ ଓଭର ଇଣ୍ଡିଜ ପକ୍ଷରୁ କିରଣ ପୋଲାର୍ଡ ବୋଲିଂ କରୁଥିଲେ । ଗୁଣତିଳକା 61 ବଲରୁ 55 ରନରେ ବ୍ୟାଟିଂ କରୁଥିଲେ । 22ତମ ଓଭରର ପ୍ରଥମ ବଲ୍ ଏକ ଲେନ୍ଥ ବଲ୍ଥିଲା । ଏହାକୁ ଖେଳିବାକୁ ପ୍ରୟାସ କରିବା ପରେ ବଲ୍ ତାଙ୍କ ଗୋଡ ପାଖରେ ରହିଥିଲା । ନନ୍-ଷ୍ଟ୍ରାଇକରରେ ଥିବା ବ୍ୟାଟ୍ସମ୍ୟାନ ପାଥମ ନିଶାଙ୍କା ଏକ ରନ୍ ନେବାପାଇଁ ଚେଷ୍ଟା କରିଥିଲେ ଓ ପୋଲାର୍ଡ ରନ୍ ଆଉଟର ସୁଯୋଗ ଥିବା ଜାଣିପାରିଥିଲେ ।
ମାତ୍ର ଗୁଣତିଳକା, ନିଶାଙ୍କାଙ୍କୁ ରନ୍ ନେବାକୁ ମନା କରିଥିଲେ ଓ ଫେରାଇଦେଇଥିଲେ । ଏଥିସହ ନିଜେ କ୍ରିଜକୁ ଫେରିବା ପୂର୍ବରୁ ବଲ ପାଖରୁ ହଟିନଥିଲେ । ପୋଲାର୍ଡ ବଲ୍କୁ ଫିଲ୍ଡିଂ କରି ଥ୍ରୋ କରିବାର ସୁଯୋଗ ଦେଇନଥିଲେ ।