ଓଡିଶା

odisha

ETV Bharat / sports

କାନାଡା ଟି-20: ଯୁବିଙ୍କ ଜବରଦସ୍ତ ବ୍ୟାଟିଂ, ଦେଖନ୍ତୁ ଭିଡିଓ

କାନାଡାର ଗ୍ଲୋବାଲ୍ ଟି-20ରେ ଟରଣ୍ଟୋ ନ୍ୟାସନାଲ ଦଳର ନେତୃତ୍ୱ ନେଉଛନ୍ତି ଯୁବି । ଏଡମଣ୍ଟନ୍ ରୟାଲ୍ସ ବିପକ୍ଷ ଏକ ମ୍ୟାଚରେ 21 ବଲରେ ୩୫ ରନ୍ କରିଛନ୍ତି ସେ ।

By

Published : Jul 29, 2019, 12:44 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ୍‌: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି ଯୁବରାଜ ସିଂହ । ଭାରତୀୟ କ୍ରିକେଟରେ ଆଉ ନାହିଁ ତାଙ୍କର ସ୍ଥାନ । କିନ୍ତୁ ଏବେବି ଯୁବିଙ୍କ ଜଲୱା ଜାରି ରହିଛି । କିନ୍ତୁ ଏଥର ଭାରତୀୟ କ୍ରିକେଟରେ ନୂହେଁ ବରଂ ବିଦେଶୀ କ୍ରିକେଟ ଲିଗରେ । ସେହି ଅନ୍ଦାଜରେ ଲାଗୁଛି ଛକା ଚୌକା । ଆଉ ଏହାକୁ ଦେଖି ଭାରତୀୟ ଫ୍ୟାନ୍ସ ଖୁସ୍‌ ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ତେବେ କାନାଡାର ଗ୍ଲୋବାଲ୍ ଟି-20ରେ ଟରଣ୍ଟୋ ନ୍ୟାସନାଲ ଦଳର ନେତୃତ୍ୱ ନେଉଛନ୍ତି ଯୁବି । ଏଡମଣ୍ଟନ୍ ରୟାଲ୍ସ ବିପକ୍ଷ ଏକ ମ୍ୟାଚରେ 21 ବଲରେ ୩୫ ରନ୍ କରିଛନ୍ତି ସେ । ତାଙ୍କର ଏହି ଇନିଂସ ମଧ୍ୟରେ 3 ଟି ଛକା ଓ 3 ଟି ଚୌକା ସାମିଲ ଅଛି । ତେବେ ଏଥିରୁ ସେ ଦୁଇଟି ଛକା ପାକିସ୍ତାନୀ ସ୍ପିନର ଶଦାବ ଖାନଙ୍କ ବଲରେ ମାରିଛନ୍ତି । ତାଙ୍କର ଏହି ଇନିଂସ୍ ବଳରେ ଦଳ 2 ୱିକେଟରେ ବିଜୟୀ ହୋଇଛି ।

ABOUT THE AUTHOR

...view details