ନୂଆଦିଲ୍ଲୀ: ସମଗ୍ର ଦେଶରେ ଦଶହରା ଧୁମଧାମରେ ପାଳିତ ହେଉଛି ଦଶହରା । ସମସ୍ତେ ଜଗତଜନନୀ ମା ଦୁର୍ଗାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପାର୍ବଣରେ ମାଆଙ୍କୁ ଆରାଧନା ସହ ପୂଜାର୍ଚ୍ଚନା କରାଯାଉଛି । ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଆରା ଢଙ୍ଗରେ ଦଶହରା ପାଳିଛନ୍ତି ।
ଦୁଇ ଝିଅଙ୍କ ପାଦ ଧୋଇ ଗମ୍ଭୀର ପାଳିଲେ ଦଶହରା
ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ନିଜର 2 ଝିଅଙ୍କ ପାଦ ଧୋଇ ଆଶୀର୍ବାଦ ଭିକ୍ଷା କରି ନିଆରା ଢଙ୍ଗରେ ଦଶହରା ପାଳିଛନ୍ତି ।
ଫଟୋ ସୌଜନ୍ୟ: twitter@GautamGambhir
ଗମ୍ଭୀର ନିଜର 2 ଝିଅଙ୍କ ପାଦ ଧୋଇ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଉକ୍ତ ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଟ୍ବିଟରେ ଗମ୍ଭୀର ଲେଖିଛନ୍ତି 2 ଝିଅଙ୍କ ପିତା ଭାବରେ ଝିଅଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ଦେଖାଇଛନ୍ତି । ତେବେ ଗମ୍ଭୀରଙ୍କ ଏପରି କାର୍ଯ୍ୟକୁ ବେଶ ପସନ୍ଦ କରିଛନ୍ତି ।