ଓଡିଶା

odisha

ETV Bharat / sports

'ବହୁତ ଦିନ ପରେ ପରିବାର ସହ ରହିବାକୁ ସୁଯୋଗ ମିଳିଲା' - DSP joginder Sharma spend time with family

ବହୁତ ଦିନ ପରେ ପରିବାର ସହ ସମୟ କାଟିବାକୁ ସୁଯୋଗ ମିଳିଲା । ଏହା କହିଛନ୍ତି ହରିୟାଣାର ହିସାର ଜିଲ୍ଲାର ଡିଏସପି ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୋଗିନ୍ଦର ଶର୍ମା ।

Got to spend time with my family after a long time: DSP joginder Sharma
'ବହୁତ ଦିନ ପରେ ପରିବାର ସହ ରହିବାକୁ ସୁଯୋଗ ମିଳିଲା'

By

Published : Apr 14, 2020, 9:54 AM IST

ନୂଆଦିଲ୍ଲୀ: ବହୁତ ଦିନ ପରେ ପରିବାର ସହ ସମୟ କାଟିବାକୁ ସୁଯୋଗ ମିଳିଲା । ଏହା କହିଛନ୍ତି ହରିୟାଣାର ହିସାର ଜିଲ୍ଲାର ଡିଏସପି ଯୋଗିନ୍ଦର ଶର୍ମା । କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଦେଶରେ ଲାଗୁ ହୋଇଥିବା ଲକଡାଉଡନରେ ନିଷ୍ଠାର ସହ 24 ଘଣ୍ଟା ଡ୍ୟୁଟି କରି ଚର୍ଚ୍ଚାରେ ରହିଛନ୍ତି ସେ ।

'ବହୁତ ଦିନ ପରେ ପରିବାର ସହ ରହିବାକୁ ସୁଯୋଗ ମିଳିଲା'

2007 ଟି-20 ବିଶ୍ବକପ ବିଜୟୀ ଟିମ ଇଣ୍ଡିଆର ହିରୋ ରହିଥିଲେ ଯୋଗିନ୍ଦର ଶର୍ମା । ବର୍ତ୍ତମାନ ଏହି ପୂର୍ବତନ କ୍ରିକେଟର ଡିଏସପି ଭାବେ ଦାୟିତ୍ବ ତୁଲାଉଛନ୍ତି । ଲକଡାଉନରେ ଘରଠାରୁ 100 କିଲୋମଟର ଦୂରରେ ଡ୍ୟୁଟି କରୁଛନ୍ତି ଡିଏସପି ଯୋଗିନ୍ଦର । ଫଳରେ ଘରକୁ ଫେରିବା ସମ୍ଭବ ହେଇପାରୁନଥିଲା । ତେବେ ବହୁଦିନ ପରେ ଘରକୁ ଫେରିଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ପୂର୍ବତନ ଟିମ ଇଣ୍ଡିଆ ବୋଲର ଯୋଗିନ୍ଦର ଶର୍ମାଙ୍କ କ୍ରିକେଟରେ ଛୋଟ ଅନ୍ତର୍ଜାତୀୟ କ୍ୟାରିୟର ରହିଛି । 4ଟି ଦିନିକିଆ, 2ଟି ଟି-20 ଭାରତ ପାଇଁ ଖେଳିଛନ୍ତି ସେ । ତେବେ 2007 ଟି-20 ବିଶ୍ବକପ ଫାଇନାଲର ଶେଷ ଓଭରରେ ପାକିସ୍ତାନ କ୍ୟାପଟେନ ମିଶବା ଉଲ ହକଙ୍କୁ ଆଉଟ କରି ଭାରତକୁ ବିଶ୍ବବିଜୟୀ କରାଇଥିଲେ ଯୋଗିନ୍ଦର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details