ଓଡିଶା

odisha

By

Published : Jul 9, 2020, 4:57 PM IST

ETV Bharat / sports

ଇଂଲଣ୍ଡ ବିପକ୍ଷ ସିରିଜରେ ଗୁଗୁଲି ପ୍ରମୁଖ ଅସ୍ତ୍ର: ସ୍ପିନର ୟାସିର ସାହା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନୀ ସ୍ପିନର ୟାସିର ସାହାଙ୍କ ବଡ ବୟାନ । ଇଂଲଣ୍ଡ ବିପକ୍ଷରେ 'ଗୁଗୁଲି' କୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବେ ବୋଲି ସେ କହିଛନ୍ତି ।

'Googly will be my most important weapon against England' says Yasir saha
ଇଂଲଣ୍ଡ ବିପକ୍ଷ ସିରିଜରେ ଗୁଗୁଲି ପ୍ରମୁଖ ଅସ୍ତ୍ର: ସ୍ପିନର ୟାସିର ସାହା

ୱରଷ୍ଟର(ୟୁକେ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନୀ ସ୍ପିନର ୟାସିର ସାହାଙ୍କ ବଡ ବୟାନ । ଇଂଲଣ୍ଡ ବିପକ୍ଷରେ 'ଗୁଗୁଲି' କୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିବେ ବୋଲି ସେ କହିଛନ୍ତି ।

ପାକିସ୍ତାନ ସ୍ପିନ ବୋଲିଂ କୋଚ ରହିଛନ୍ତି ମୁସ୍ତାକ ଅହମ୍ମଦ । ତାଙ୍କର ପ୍ରତ୍ୟକ୍ଷ ପ୍ରଶିକ୍ଷଣରେ 34ବର୍ଷୀୟ ସ୍ପିନର ୟାସିର ଦକ୍ଷତା ହାସଲ କରିଛନ୍ତି । ଇଂଲଣ୍ଡ ସିରିଜରେ ନିଜ ଗୁଗୁଲିକୁ ନେଇ ଆତ୍ମବିଶ୍ବାସ ଜାହିର କରିଛନ୍ତି ସ୍ପିନର ୟାସିର ସାହା ।

ଏହି ବୟାନକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏହାକୁ ସ୍ଥାନ ଦେଇଛି ।

ଶୁଖିଲା ପିଚ୍ (ଡ୍ରାଏ ୱକେଟ) ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସ୍ପିନ ବୋଲିଂ ଉପଯୋଗୀ ହୋଇଥାଏ ବୋଲି ସେ କହିଛନ୍ତି ।

ୟାସିର ନିମ୍ନକ୍ରମରେ ବ୍ୟାଟିଂ କରିବାର ସୁଯୋଗକୁ ଦକ୍ଷତାର ସହ ସଫଳ ସଦୁପଯୋଗ କରନ୍ତି । ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡରେ, ଶେଷ ଭାଗରେ ବ୍ୟାଟିଂ କରି ପ୍ରଥମ ଟେଷ୍ଟ ଶତକ ମଧ୍ୟ ହାସଲ କରିଥିଲେ । ବୋଲିଂ ସହ, ବ୍ୟାଟିଂରେ ଟିମ ପାଇଁ ସେ ନେଟସରେ ଅଧିକ ଅଭ୍ୟାସ କରୁଥିବା କହିଛନ୍ତି ।

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3ଟିକିଆ ଟେଷ୍ଟ ସିରିଜ ର ପ୍ରଥମ ମ୍ୟାଚ ଅଗଷ୍ଟ 5ରେ ମାଞ୍ଚେଷ୍ଟରରେ ଖେଳାଯିବ । ଅନ୍ୟ ଦୁଇଟି ମ୍ୟାଚ ସାଉଥାମ୍ପଷ୍ଟନରେ ଖେଳାଯିବା ନେଇ ସୂଚୀ ରହିଛି । ଏହାପରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ମଧ୍ୟ ରହିଛି ।

ABOUT THE AUTHOR

...view details