ଓଡିଶା

odisha

ETV Bharat / sports

ଅସୁସ୍ଥ କପିଳ ଦେବ, କ୍ରୀଡା ଜଗତରୁ ଆଶୁ ଆରୋଗ୍ୟ କାମନା

1983 ବିଶ୍ବକପ ବିଜେତା କ୍ୟାପଟେନ କପିଳ ଦେବ ଅସୁସ୍ଥ । ଫଳରେ ଶୁକ୍ରବାର ସୋସିଆଲ ମିଡିଆରେ ଆଶୁ ଆରୋଗ୍ୟ କାମନା କରିଛି କ୍ରୀଡା ଜଗତ ।

By

Published : Oct 23, 2020, 9:06 PM IST

Get well soon paaji: Cricket fraternity wishes Kapil Dev speedy recovery
ଅସୁସ୍ଥ କପିଳ ଦେବ: କ୍ରୀଡା ଜଗତରୁ ଆଶୁ ଆରୋଗ୍ୟ କାମନା

ନୂଆଦିଲ୍ଲୀ: 1983 ବିଶ୍ବକପ ବିଜେତା କ୍ୟାପଟେନ କପିଳ ଦେବ ଅସୁସ୍ଥ । ଫଳରେ ଶୁକ୍ରବାର ସୋସିଆଲ ମିଡିଆରେ ଆଶୁ ଆରୋଗ୍ୟ କାମନା କରିଛି କ୍ରୀଡା ଜଗତ ।

ପୂର୍ବତନ ଭେଟେରାନ କ୍ରିକେଟର ମଦନ ଲାଲ, ସଚିନ ତେନ୍ଦୁଲକର ଓ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଟ୍ବିଟ ଯୋଗେଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବିଶନ ସିଂ ବେଦି, ମହମ୍ମଦ କୈଫ, ଭିଭିଏଲ ଲକ୍ଷ୍ମଣ ଓ ହରଭଜନ ସିଂ, ଯୁବରାଜ ସିଂ ମଧ୍ୟ ଆରୋଗ୍ୟ କାମନା କରିଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ କପିଳ ଦେବ । "ଏବେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡିସଚାର୍ଜ ପୂର୍ବରୁ 48ରୁ 72 ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ରୋଗୀଙ୍କୁ ରଖାଯାଇଥାଏ । ଦୀର୍ଘ ଦିନ ଧରି ମଧୁମେହ ରୋଗର ଶିକାର ଅଛନ୍ତି କପିଳ ଦେବ ।" ଏହା କହିଛନ୍ତି ଜଣେ ବରିଷ୍ଠ ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details