ନୂଆଦିଲ୍ଲୀ: ଚଳିତ ସିଜନର 9ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ- କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ 4 ଓ୍ବିକେଟରେ ବିଜୟ ହାସଲ କରି ବିଜୟ ଯାତ୍ରା ଜାରି ରଖିଛି । ତେବେ ରାଜସ୍ଥାନର ସଞ୍ଜୁ ସାମସନ୍ଙ୍କ ଦମଦାର ଇଂନିସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଛି । ତେବେ କଂଗ୍ରେସ ନେତା ଶଶି ଥରୁର ସାମସନ୍ଙ୍କ ପ୍ରଶଂସାରେ ଏକ ଟ୍ବିଟ କରିଛନ୍ତି । ସେ ସଞ୍ଜୁଙ୍କୁ 2ୟ ଧୋନି କହିଛନ୍ତି ।
ସାମସନ୍ଙ୍କୁ ଶଶି ଥରୁର୍ କହିଲେ ଦ୍ବିତୀୟ ଧୋନି, ଅସ୍ବୀକାର କଲେ ଗମ୍ଭୀର - ସଞ୍ଜୁ ସାମସନ୍ ନ୍ୟୁଜ
କଂଗ୍ରେସ ନେତା ଶଶି ଥରୁର ସାମସନ୍ଙ୍କ ପ୍ରଶଂସାରେ ଏକ ଟ୍ବିଟ କରିଛନ୍ତି । ସେ ସଞ୍ଜୁଙ୍କୁ 2ୟ ଧୋନି କହିଛନ୍ତି ।

ଶଶି ଥରୁର ସାମସନ୍ଙ୍କୁ କହିଲେ 2ୟ ଧୋନି, ଗମ୍ଭୀର କଲେ ଅସ୍ବୀକାର
ଏହାର ପ୍ରତିକ୍ରିୟାରେ ଗମ୍ଭୀର ଟ୍ବିଟ କରି ଲେଖିଛନ୍ତି ଯେ, ସଞ୍ଜୁ ସାମସନ୍ ନିଜର ପରିଚୟ ନିଜେ ସୃଷ୍ଟି କରିଛନ୍ତି । ସେ 2ୟ ନୁହଁନ୍ତି ସେ ଭାରତର ସଞ୍ଜୁ ସାମସନ ।
ରାଜସ୍ଥାନ ଦଳ ପକ୍ଷରୁ ସଞ୍ଜୁ ସାମସନ ସାନାଦାର 85(42ବଲ୍)ରନର ପାଳି ଖେଳିଥିଲେ । ସେଥିରେ 7ଟି ଛକା ଓ 4ଟି ଚୌକା ସାମିଲ ରହିଛି ।