ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ଓପନୋର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ କୋରୋନା ପ୍ରବେଶ କରିଛି । ଏହାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏହାର ସୂଚନା ସେ ନିଜେ ଟ୍ବିଟ କରି ଦେଇଛନ୍ତି ।
ଗମ୍ଭୀରଙ୍କ ଘରେ ପଶିଲା କୋରୋନା, ନିଜକୁ କଲେ ସଙ୍ଗରୋଧ
ଗୌତମ ଗମ୍ଭୀରଙ୍କ ଘରେ କୋରୋନା କେସ୍ ସାମ୍ନାକୁ ଆସିବା ପରେ ନିଜକୁ ସଙ୍ଗରୋଧ କଲେ ଗମ୍ଭୀର ।
ଗମ୍ଭୀରଙ୍କ ଘରେ ପଶିଲା କୋରୋନା, ନିଜକୁ କଲେ ସଙ୍ଗରୋଧ
ସେ ନିଜର କୋରୋନା ଟେଷ୍ଟ କରାଇଛନ୍ତି କିନ୍ତୁ ରିପୋର୍ଟ ଏଯାଏଁ ଆସି ନାହିଁ ।
ଟ୍ବିଟ କରି ସେ କହିଛନ୍ତି ଯେ, ଘରେ କୋରୋନା କେସ ସାମ୍ନାକୁ ଆସିଛି । ଏଥିଲାଗୁ ମୁଁ ନିଜକୁ ଆଇସୋଲେଟ କରିଛି । କୋରୋନା ରିପୋର୍ଟ ଅପେକ୍ଷାରେ ଅଛି । ସମସ୍ତଙ୍କୁ ଅପିଲ କରୁଛି ଗାଇଡଲାଇନକୁ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।