ଓଡିଶା

odisha

ETV Bharat / sports

ଦ୍ରାବିଡଙ୍କୁ ନୋଟିସ, ବିସିସିଆଇ ଉପରେ ବର୍ଷିଲେ ଭଜି-ଦାଦା

ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପାଖକୁ ପଠାଯାଇଛି "କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ" ନୋଟିସ୍‌ । ଏହି ଖବର ମିଳିବା ପରେ ବିସିସିଆଇ ଉପରେ ବର୍ଷିଛନ୍ତି ହରଭଜନ ସିଂ ଏବଂ ସୌରଭ ଗାଙ୍ଗୁଲି ।

ଡିଜାଇନ ଫଟୋ

By

Published : Aug 7, 2019, 8:22 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଭଗବାନ ଭରସା । ବୁଧବାର ଏପରି ଟ୍ବିଟ କରି ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ସେହିପରି ଦାଦାଙ୍କୁ ସମର୍ଥନ କରି ଭେଟେରାନ ସ୍ପିନର ଭଜି ମଧ୍ୟ କହିଛନ୍ତି, ହଁ, ସତରେ ଭାରତୀୟ କ୍ରିକେଟକୁ ଭଗବାନ ହିଁ ସାହା ହୁଅନ୍ତୁ । ତେବେ ଏହି ଦୁଇ କ୍ରିକେଟରଙ୍କ ଅସନ୍ତୋଷ ପ୍ରକାଶ କରିବାର କାରଣ ହେଲା ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ପାଖକୁ ପଠାଯାଇଥିବା ଦ୍ବୈତ ସ୍ବାର୍ଥ ନୋଟିସ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ନୋଟିସ୍‌ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ଉଲ୍ଲେଖଥାଉ କି, ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏସନର ସଦସ୍ୟ ସଞ୍ଜୟ ଗୁପ୍ତା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବିରୋଧରେ "କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ" ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ଦ୍ରାବିଡ ଦୁଇଟି ସ୍ବାର୍ଥଗତ ପଦବୀରେ ରହିଛନ୍ତି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ରାହୁଲ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ନିର୍ଦ୍ଦେଶକ ରହିବା ସହିତ ଇଣ୍ଡିଆ ସିମେଣ୍ଟର ଉପ-ସଭାପତି ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ, ଇଣ୍ଡିଆ ସିମେଣ୍ଟ ଗ୍ରୁପ୍ ହେଉଛି ଚେନ୍ନାଇ ସୁପର କିଙ୍ଗସ ଟିମର ମାଲିକଙ୍କ କମ୍ପାନୀ ।

ତେବେ ବିସିସିଆଇର ନିୟମ ଅନୁଯାୟୀ ଦ୍ରାବିଡ ଜଣେ ଲୋକ ହୋଇ ଦୁଇଟି ପଦବୀରୁ ଲାଭ ଉଠାଉଛନ୍ତି । ପରେ ଏନେଇ ବିସିସିଆଇ ଏଥିକ୍ସ ଅଫିସର ତଥା ପୂର୍ବତନ ବିଚାରପତି ଜଷ୍ଟିସ୍ ଡିକେ ଜୈନ୍ ରାହୁଲ ଦ୍ରାବିଡଙ୍କୁ ନୋଟିସ ପଠାଇ ଅଗଷ୍ଟ 16 ସୁଦ୍ଧା ହାଜର ହୋଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଆଉ ଏହାପରେ ଦାଦା ଓ ଭଜି ଟ୍ବିଟରେ ବିସିସିଆଇ ଉପରେ ନିଜ କ୍ରୋଧର ନିଆଁ ବର୍ଷା କରିଛନ୍ତି । ପ୍ରଥମେ ଦାଦ ଟ୍ବିଟ କରି ଲେଖିଛନ୍ତି, " ଭାରତୀୟ କ୍ରିକେଟରେ ନୂଆ ଫ୍ୟାସନ....କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ... ଖବରରେ ବନି ରହିବା ପାଇଁ ବୋଧୋ ଏହା ଉପଯୁକ୍ତ ବାଟ । କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟକୁ ନେଇ ଦ୍ରାବିଡଙ୍କ ପାଖକୁ ନୋଟିସ ପଠାଯାଇଛି ।"

ତେବେ ଦାଦାଙ୍କ ଟ୍ବିଟକୁ ସମର୍ଥନ କରି ଭଜି ଲେଖିଛନ୍ତି, "ସତରେ?? ମୁଁ ଜାଣିନାହିଁ ଏହା କେଉଁ ନ୍ୟୁଜର ହେଡଲାଇନ ହେବ । ଦ୍ରାବିଡଙ୍କଠାରୁ ଭାରତୀୟ କ୍ରିକେଟରେ ଭଲ ମଣିଷ ମିଳି ପାରିବେ ନାହିଁ । ତାଙ୍କ ପରି କିମ୍ବଦନ୍ତୀଙ୍କ ପାଖକୁ ନୋଟିସ ପଠାଇବା, ତାଙ୍କୁ ଅପମାନ କରିବା ସଦୃଶ । ହଁ ପ୍ରକୃତରେ ଭାରତୀୟ କ୍ରିକେଟକୁ ଭଗବାନ ହିଁ ସାହା ଭରସା ।"

ABOUT THE AUTHOR

...view details