କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରୀ ଟିମ ନୀରିକ୍ଷଣରେ ରହିବେ । ଗାଙ୍ଗୁଲି ବିପଦ ମୁକ୍ତ ଓ କଥା କହିବା ଆରମ୍ଭ କରିଥିବା କହିଛନ୍ତି ଉଡଲାଣ୍ଡସ ହସ୍ପିଟାଲର ଡାକ୍ତର ଆଫତାବ ଖାନ ।
ଗାଙ୍ଗୁଲି ପ୍ରତିଦିନ ଭଳି ଆଜି ସକାଳ ସମୟରେ ନିଜର ବେହାଲସ୍ଥିତ ବାସଭବନରେ ବ୍ୟାୟାମ କରୁଥିବାବେଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେ ତାଙ୍କର ପାରିବାରିକ ଡାକ୍ତରଙ୍କୁ ଡାକିଥିଲେ । ତେବେ ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ ।