ଓଡିଶା

odisha

ETV Bharat / sports

ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ - ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ

ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତାର ଗୁରୁତ୍ବ ବିଷୟରେ କହିଲେ ତାଙ୍କ ପୂର୍ବତନ ସାଥୀ ଖେଳାଳି ଭିଭିଏସ ଲକ୍ଷ୍ମଣ । ଉଭୟଙ୍କ ସହଭାଗିତାରେ ଭାରତୀୟ କ୍ରିକେଟ ଆଗେଇ ଯିବ କହିଲେ ଲକ୍ଷ୍ମଣ । ଅଧିକ ପଢ଼ନ୍ତୁ...

Ganguly-Dravid partnership, Ganguly-Dravid important for Indian cricket, VVS Laxman, ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତା, ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ, ଭିଭିଏସ ଲକ୍ଷ୍ମଣ
ଗାଙ୍ଗୁଲି ଓ ଦ୍ରାବିଡଙ୍କ ସହଭାଗିତା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ

By

Published : Jun 27, 2020, 1:03 AM IST

ନୂଆଦିଲ୍ଲୀ: ଖେଳାଳି ଭାବରେ ଏକତ୍ରିତ ହୋଇ ଉଦିୟମାନ ହୋଇଥିବା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ପଦବୀରେ ଅଛନ୍ତି । ତେବେ ସେମାନଙ୍କ ପୂର୍ବତନ ସାଥୀ ଖେଳାଳି ଭିଭିଏସ ଲକ୍ଷ୍ଣଣ ବିଶ୍ବାସ କରନ୍ତି ଯେ ଆଗାମି ବର୍ଷ ଗୁଡ଼ିକରେ ସୌରଭ ଓ ରାହୁଲଙ୍କ ସହଭାଗିତା ଭାରତୀୟ କ୍ରିକେଟର ସମୃଦ୍ଧିରେ ସହାୟକ ହେବ ।

ଷ୍ଟାର ସ୍ପୋର୍ଟସ ସୋ କ୍ରିକେଟ କନେକ୍ଟେଡରେ ଲକ୍ଷ୍ମଣ ଭାରତୀୟ କ୍ରିକେଟ ପ୍ରଶାସନରେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ ଭାଗିଦାରୀର ଗୁରୁତ୍ବ ବିଷୟରେ କହିଥିଲେ। ‘‘ଏହା ବହୁତ ଭଲ! ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଏବଂ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ମୁଖ୍ୟ ଦ୍ରାବିଡଙ୍କ ମଧ୍ୟରେ ସହଭାଗିତା । ଯଦି ଭାରତୀୟ ଦଳ ପ୍ରତ୍ୟେକ ଫର୍ମାଟରେ ସଫଳ ହେବାକୁ ଚାହାଁନ୍ତି, ତେବେ ଏହି ସହଭାଗିତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମୁଁ ଭାବୁଛି ସମସ୍ତେ ଗୁରୁତ୍ବପୂର୍ଣ୍ଣ, ଦଳର ଅଧିନାୟକ, ଏନସିଏ ମୁଖ୍ୟ ତଥା ବିସିସିଆଇ ଅଧ୍ୟକ୍ଷ।’’

ଏହାପୂର୍ବରୁ, 1996ରେ ଲର୍ଡ୍ସ ଡେବ୍ୟୁକୁ ମନେ ପକାଇ ଗାଙ୍ଗୁଲି ପ୍ରକାଶ କରିଥିଲେ ଯେ ସେ କିପରି ଭାବରେ ଦ୍ରାବିଡ ଯେପରି ଡେବ୍ୟୁ ମ୍ୟାଚରେ ଶତକ କରନ୍ତି ସେ ଆଶା ନେଇ ଆଇକନିକ ବାଲକୋନୀରେ ଅପେକ୍ଷା କରିଥିଲେ । ଗାଙ୍ଗୁଲି 131ର ଏକ ବିଚକ୍ଷଣ ଇନିଂସ ଖେଳିଥିଲେ ଯାହା ପାଇଁ ସେ 301 ବଲ ନେଇଥିଲେ । ଏହି ଷ୍ଟାଇଲିସ ନକରେ ସାମିଲ ଥିଲା 20ଟି ବାଉଣ୍ଡ୍ରି । ସେପଟେ ଦ୍ରାବିଡ 267 ବଲ ଖେଳି ନିଜ ଇନିଂସ ସମାପ୍ତ କରିଥିଲେ ଯେଉଁଥିଲେ 6ଟି ବାଉଣ୍ଡ୍ରି ସାମିଲ ଥିଲା ।

‘‘ମୁଁ ସଚ୍ଚୋଟତା ସହ କହିବି ଯେ ମୁଁ ମୋ ପ୍ରଦର୍ଶନରେ ଅତ୍ୟଧିକ ବ୍ୟସ୍ତ ଥିଲି। ଯେତେବେଳେ ସେ (ଦ୍ରାବିଡ) ବ୍ୟାଟିଂ ପାଇଁ ଆସିଥିଲେ, ମୁଁ 70 ରନ କରିଥିଲି। ମୋର 100 ସ୍କୋରିଂ ସଟ୍ ଏବେ ବି ମନେ ଅଛି ଯାହା ପଏଣ୍ଟ ମାଧ୍ୟମରେ ଏକ କଭର ଡ୍ରାଇଭ୍ ଥିଲା ଏବଂ ସେ ନନ-ଷ୍ଟ୍ରାଇକର ଏଣ୍ଡରେ ଥିଲେ। ମୁଁ ଦିନ ଶେଷ ସୁଦ୍ଧା 131ରେ ରନ କରିଥିଲି । ଚା’ର ଏକ ଘଣ୍ଟା ପରେ ମୁଁ ଆଉଟ ହୋଇଗଲି ଓ ଦ୍ରାବିଡ ଆଗକୁ ବଢ଼ି ଚାଲିଲେ ।

‘‘ସେ ପରଦିନ ସକାଳେ ଫେରି 95 ରନ କରିଥିଲେ । ମୁଁ ଲର୍ଡ୍ସ ବାଲକୋନୀରେ ଠିଆ ହେଇଥିଲି ଓ ତାଙ୍କ ଶତକକୁ ଅପେକ୍ଷା କରିଥିଲି । ମୁଁ ତାଙ୍କୁ 15 ବର୍ଷରୁ କମ କ୍ରିକେଟ ଖେଳୁଥିବାର ଦେଖିଛି, ତା’ପରେ ରଣଜୀ ଟ୍ରଫିରେ ତାଙ୍କ ସହ ଖେଳିଛି । ମୁଁ ଇଡେନ ଗାର୍ଡେନ୍ସରେ ତାଙ୍କର ଡେବ୍ୟୁ ଦେଖିଥିଲି ଏବଂ ତା’ପରେ ଲର୍ଡ୍ସ ଠାରେ ତାଙ୍କର ଡେବ୍ୟୁ ଦେଖିଲି । ତେଣୁ, ମୁଁ ତାଙ୍କ କ୍ୟାରିଅରକୁ ଅତି ନିକଟରୁ ଦେଖିଛି । ଯଦି ସେଦିନ ଆମେ ଦୁହେଁ ଶତକ କରିଥିଲେ ବେଶ୍‌ ଭଲ ହୋଇଥାନ୍ତା,” ବୋଲି ଗାଙ୍ଗୁଲି କହିଛନ୍ତି ।

@IANS

ABOUT THE AUTHOR

...view details