ଓଡିଶା

odisha

ETV Bharat / sports

'ଜନ ରୋଷେଇ' କ୍ୟାଣ୍ଟିନ ଉଦ୍‌ଘାଟନ କଲେ ବିଜେପି ସାଂସଦ ଗୌତମ ଗମ୍ଭୀର - canteen in East Delhi

ରାଜଧାନୀ ଦିଲ୍ଲୀରେ ଆଉ କେହି ରହିବେନି ଭୋକିଲା । ଏଥର ମିଳିବ 1 ଟଙ୍କାରେ ଗୋଟିଏ ପ୍ଲେଟ ଖାଇବା । ଅଧିକ ପଢନ୍ତୁ...

Gambhir inaugurates 'Jan Rasoi' canteen in East Delhi
'ଜନ ରୋଷେଇ' କ୍ୟାଣ୍ଟିନ ଉଦ୍‌ଘାଟନ କଲେ ବିଜେପି ସାଂସଦ ଗୌତମ ଗମ୍ଭୀର

By

Published : Dec 24, 2020, 6:33 PM IST

ନୂଆଦିଲ୍ଲୀ:ଭାରତ ବିଶ୍ବରେ ସାମରିକ, ଅର୍ଥନୈତିକ, ବାଣିଜ୍ୟିକ ତଥା ସମସ୍ତ କ୍ଷେତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଛି । ମାତ୍ର ଏବେବି ବି ଦେଶରେ ଜନସଂଖ୍ୟାର ଏକ ସ୍ବଳ୍ପ ଭାଗ ଅଛନ୍ତି, ଯାହାଙ୍କୁ ଅର୍ଥାଭାବରୁ ପେଟପୁରା ଖାଇବାକୁ ସଂଘର୍ଷ କରିବାକୁ ପଡେ । ତେବେ ରାଜଧାନୀ ଦିଲ୍ଲୀରେ ଆଉ କେହି ଭୋକିଲା ରହିବେନି । ଏଥର ମିଳିବ ଟଙ୍କାଏରେ ଗୋଟିଏ ପ୍ଲେଟ ଖାଇବା ।

ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ଗାନ୍ଧି ନଗର ମାର୍କେଟ(ନିଜ ସଂସଦୀୟ କ୍ଷେତ୍ର) ରେ 'ଜନ ରୋଷେଇ' ନାମକ ଏକ କ୍ୟାଣ୍ଟିନ୍ ଉଦ୍‌ଘାଟନ କରିଛନ୍ତି । ଯେଉଁ କ୍ୟାଣ୍ଟିନରେ ଗୋଟିଏ ପ୍ଲେଟ୍ ଖାଇବାର ମୂଲ୍ୟ ଏକଟଙ୍କା ରହିଛି । 1 ଟଙ୍କାରେ ଜନ ରୋଷେଇ କ୍ୟାଣ୍ଟିନରେ କେହିବି ପେଟ ପୁରା ଖାଇପାରିବେ । ପୁଷ୍ଟିକର, ସ୍ବଚ୍ଛ ଓ ଖାଦ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ମିଳିବ । ପ୍ରାୟ 500 ଲୋକ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ ରହିଛନ୍ତି । ପ୍ରଥମ ଥର ଖାଇବା ପରେ ଦ୍ବିତୀୟ ଥର ଚାହିଁଲେ ମଧ୍ୟ ମିଳିବ । ଖାଦ୍ୟରେ ଭାତ, ଡାଲି, ଓ ସ୍ବତନ୍ତ୍ର ଦିନରେ ପରିବା ତରକାରୀ ମିଳିବ ।

ପୂର୍ବ ଦିଲ୍ଲୀର ଭିନ୍ନଭିନ୍ନ ସ୍ଥାନରେ ଆଉ 5ରୁ 6ଟି ଏପରି କ୍ୟାଣ୍ଟିନ ଖୁବଶୀଘ୍ର ଖୋଲିବାନେଇ ପ୍ରଥମ କ୍ୟାଣ୍ଟିନ ଉଦ୍‌ଘାଟନ ଅବସରରେ ଘୋଷଣା କରିଛନ୍ତି ଗମ୍ଭୀର । ପରବର୍ତ୍ତୀ 'ଜନ ରୋଷେଇ' ମୟୂର ବିହାର ରୋଷେଇରେ ଖୋଲିବ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ମହାମାରୀ କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରାଯିବ । ଏଥିସସହ ଏକ ସମୟରେ କ୍ୟାଣ୍ଟିନରେ 50 ଜଣ ବ୍ୟକ୍ତି ଖାଇପାରିବେ ବୋଲି କହିଛନ୍ତି କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ।

କ୍ୟାଣ୍ଟିନରେ ଯେଉଁ କର୍ମଚାରୀମାନେ ଖାଦ୍ୟ ପ୍ରସ୍ତୁତ କରିବେ, ସେମାନଙ୍କ ଦରମା ପାଇଁ ଏକ ଟଙ୍କା କେବଳ ନିଆଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଗମ୍ଭୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details