ଓଡିଶା

odisha

ETV Bharat / sports

ଅନାଥାଶ୍ରମରୁ ଆଇସିସି ହଲ୍ ଅଫ୍ ଫେମ୍: ଲୈଲାରୁ ଲିସା - ପୋଷ୍ୟ ଭାବେ ଗ୍ରହଣ କରିଥିଲେ

ବର୍ଷ 1978, ଲିସା ମାତ୍ର 3 ସପ୍ତାହର ଥିଲେ । ଲିସାଙ୍କୁ ପୁନେର ଏକ ଅନାଥାଶ୍ରମରୁ ପାଳିତ ପିତାମାତା ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଲୈଲା ଥିଲା । ତାଙ୍କର ଜନ୍ମିତ ପିତାମାତା ପାଳିବାକୁ ଅସମର୍ଥ ଥିବାରୁ ଏକ ଅନାଥାଶ୍ରମରେ ଛାଡି ଦେଇଥିଲେ ।

From orphanage to Hall Of Fame: Lisa's inspiring journey
ଅନାଥାଶ୍ରମରୁ ଆଇସିସି ହଲ୍ ଅଫ୍ ଫେମ୍: ଲୈଲାରୁ ଲିସା// ଲିସାଙ୍କ ପ୍ରେରଣାଦାୟୀ ଯାତ୍ରା

By

Published : Aug 31, 2020, 7:52 PM IST

ହାଇଦ୍ରାବାଦ: ପ୍ରତିଟି ସଫଳତା ପଛରେ ଗୋଟିଏ ଗୋଟିଏ କାହାଣୀ ଥାଏ । ଏହି ଲୋକକଥା ଅଧିଂକାଶ କ୍ରୀଡାବିତଙ୍କ ଜୀବନରେ ଅକ୍ଷରେ ଅକ୍ଷରେ ପ୍ରମାଣିତ ହୋଇଛି । ଅନେକ ସାଧାରଣ ପରିବାରରୁ ଆସି ବଡ ତାରକା ବନିବାର ନଜିର କ୍ରୀଡାକ୍ଷେତ୍ରରେ ରହିଛି । ଅନେକ ବାଧାବିଘ୍ନ ସତ୍ତ୍ବେ ସାଧାରଣ ପରିବାରରୁ ଆସି ବିଶ୍ବ କ୍ରୀଡାରେ ଅସାଧାରଣ ବ୍ୟକ୍ତିତ୍ବ ହୋଇପାରିଛନ୍ତି । ଏଭଳି ଜଣେ ଚର୍ଚ୍ଚିତ ତାରକା ହେଲେ ଅଷ୍ଟ୍ରେଲିଆର ପୂର୍ବତନ ମହିଳା କ୍ରିକେଟର ଲିସା ସ୍ଥାଲେକର । ନିକଟରେ ସେ କ୍ରିକେଟର ଗୌରବ ତଥା ସମ୍ମାନଜନକ 'ଆଇସିସି ହଲ ଅଫ ଫେମ'ରେ ସାମିଲ ହୋଇଛନ୍ତି । ତେବେ ଏହା ତ ଲିସାଙ୍କ ସଫଳତା । ମାତ୍ର ଲିସାଙ୍କ ସଫଳତାର ଯାତ୍ରା କାହାଣୀ ଅନ୍ୟମାନଙ୍କ ପାଇଁ ବେଶ ପ୍ରେରଣାଦାୟୀ ।

ବର୍ଷ 1978, ଲିସା ମାତ୍ର 3 ସପ୍ତାହର ଥିଲେ । ତାଙ୍କୁ ପୁନେର ଏକ ଅନାଥାଶ୍ରମରୁ ପାଳିତ ପିତାମାତା ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ହଁ, ଆପଣ ଠିକ ପଢିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିବା ମାତ୍ର ଏହା ସତ, ଲିସାଙ୍କ ଜନ୍ମ ଭାରତରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଲୈଲା ଥିଲା । ତାଙ୍କର ଜନ୍ମିତ ପିତାମାତା ପାଳିବାକୁ ଅସମର୍ଥ ଥିବାରୁ ଏକ ଅନାଥାଶ୍ରମରେ ଛାଡି ଦେଇଥିଲେ ।

ପରେ ଆମେରିକାର ଏକ ଦମ୍ପତି ପୁତ୍ର ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଭାରତ ଆସିଥିଲେ । ମାତ୍ର ପ୍ରଥମ ସାକ୍ଷାତରେ ହିଁ କୁନି ଝିଅ ଲିସାକୁ ପସନ୍ଦ କରିବା ସହ ସାଙ୍ଗରେ ନେଇଯାଇଥିଲେ । ପରେ ଔପଚାରିକତା ଶେଷ ହେବାପରେ ସାଥିରେ ଆମେରିକା ନେଇଯାଇଥିଲେ ।

4ବର୍ଷଧରି ଆମେରିକା ଓ କେନିୟାରେ ରହିବା ପରେ, ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବେ ଅବସ୍ଥାନ କରିଥିଲେ । ସେହିଁଠାରୁ ହିଁ ଆରମ୍ଭ ହୋଇଥିଲା ସ୍ଥାଲେକରଙ୍କ କ୍ରିକେଟରେ ପ୍ରଥମ ପାଦ ଥାପିବା ସହ, ବିଶ୍ବର ଶ୍ରେଷ୍ଠ ଓ ଅନନ୍ୟ ମହିଳା କ୍ରିକେଟର ବନିବାର ଯାତ୍ରା ।

ବର୍ଷ 2001ରୁ 2013 ମଧ୍ୟରେ କ୍ରିକେଟର ସମସ୍ତ ବର୍ଗରେ ଅଲ-ରାଉଣ୍ଡ ପ୍ରଦର୍ଶନ କରିଥିଲେ ଲିସା । ଅଷ୍ଟ୍ରେଲିଆ ପକ୍ଷରୁ ସମସ୍ତ ଫର୍ମାଟରେ 187ଟି ମ୍ୟାଚରେ ପ୍ରତିନିଧିତ୍ବ କରି ପ୍ରାୟ 4,000 ରନ 200 ୱିକେଟ ହାସଲ କରିଛନ୍ତି ।

ଲିସା କୁହନ୍ତି, "ବାପା ହିଁ ତାଙ୍କୁ କ୍ରିକେଟ ସହ ପରିଚିତ କରାଇଥିଲେ । କ୍ରିକେଟକୁ ବାପା ବେଶ୍ ଭଲପାଉଥିଲେ । ବାପାଙ୍କ ସହ ରହି କ୍ରିକେଟକୁ ଦେଖିବାର ସୁଯୋଗ ପାଇଥିଲି । 8-9 ବର୍ଷର ଥିବାବେଳେ, କ୍ରିକେଟ ପ୍ରେମରେ ପଡିଥିଲି ।"

ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା 'ଦ ଗାର୍ଡିଆନ' ଅନୁଯାୟୀ, ଲିସା ଅନାଥ ଭାବେ ପୁନେରେ ଥିବାବେଳେ, ତାଙ୍କର ଜୀବନ କାହାଣୀ ନାଟକୀୟ ମୋଡରେ ବଦଳିଯାଇଥିଲା । ପୋଷ୍ୟ ପିତାମାତା ଲିସାଙ୍କୁ ନୂଆ ପରିଚୟ ସହ ବଞ୍ଚିବାର ନୂଆ ଦୁନିଆ ଦେଇଥିଲେ । ତେବେ ସେ ଏକ ସମୟରେ ଭୀଷଣ ମାନସିକ ଅବସାଦ ସମୟକୁ ମଧ୍ୟ ସାମ୍ନା କରିଛନ୍ତି ।

ଏହି ସଂଘର୍ଷମୟ ଯାତ୍ରାର ଜୀବନ କାହାଣୀକୁ କାଗଜର ଖାଲି ପୃଷ୍ଠାରେ ପରସିଛନ୍ତି ନିଜେ ଲିସା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details