ଲଣ୍ଡନ: ଆସେସ ସିରିଜର 3ୟ ଟେଷ୍ଟରେ ଅବିଶ୍ବସନୀୟ ଇଂନିସ ଖେଳି ଇଂଲଣ୍ଡକୁ ବିଜୟୀ କରିଥିଲେ ବେନ ଷ୍ଟୋକ୍ସ । ଏଭଳି ଧୈର୍ଯ୍ୟ ସାଙ୍ଗକୁ ପାୱାର ହିଟିଂର ରାଜ ଖୋଲିଛନ୍ତି ନିଜେ ଷ୍ଟୋକ୍ସ । ଚିକେନ କଷା ଓ ଟକଲେଟ ଖାଇ ସେ ମ୍ୟାଚ ଖେଳିଥିଲେ ବୋଲି କହିଛନ୍ତି ଏହି ଇଂଲିସ ଅଲରାଉଣ୍ଡର ।
ଚିକେନ କଷା ଚକଲେଟ ଖାଇ ଇଂଲଣ୍ଡକୁ ଜିତାଇଲେ ଷ୍ଟୋକ୍ସ ! - fried chicken
ଆସେସ ସିରିଜର 3ୟ ଟେଷ୍ଟରେ ଅବିଶ୍ବସନୀୟ ଇଂନିସ ଖେଳି ଇଂଲଣ୍ଡକୁ ବିଜୟୀ କରିଥିଲେ ବେନ ଷ୍ଟୋକ୍ସ । ଏଭଳି ପାୱାର ହିଟିଂର ରାଜ ଖୋଲିଛନ୍ତି ନିଜେ ଷ୍ଟୋକ୍ସ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ରାଜ...
ତେବେ ବିଶ୍ବକପ ଫାଇନାଲ ଭଳି ଆଉଏକ ଦମଦାର ପାଳି ଖେଳିଥିଲେ ଷ୍ଟୋକ୍ସ । ଷ୍ଟୋକ୍ସଙ୍କ ଏହି ଟେଷ୍ଟ କ୍ରିକଟର 142ବର୍ଷର ଇତିହାସରେ ସବୁଠୁ ଆକର୍ଷଣୀୟ ପାଳି ବୋଲି କୁହାଯାଉଛି । ଷ୍ଟୋକ୍ସଙ୍କ ସ୍କୋର ଯେବେ 61 ରନ ଥିଲା ସେତେବେଳେ ଦଳର ସ୍କୋର 286-9 ଥିଲା । ଇଂଲଣ୍ଡ ବିଜୟ ପାଇଁ 73 ରନ ଆବଶ୍ୟ କରୁଥିଲା । ଏହାପରେ ଶେଷ ବ୍ୟାଟ୍ସମ୍ୟାନ ଭାବେ ବ୍ୟାଟିଂ ପାଇଁ ଆସିଥିବା ବୋଲରଙ୍କ ସହ 219 ବଲର ସାମ୍ନା କରିଥିଲେ ବେନ ଷ୍ଟୋକ୍ସ । ପାଖାପାଖି 6 ଘଣ୍ଟା ଧରି ଅଷ୍ଟ୍ରେଲିଆ ବୋଲରଙ୍କୁ ମୁକାବିଲା କରିଥିଲେ ଷ୍ଟୋକ୍ସ । ଶେଷରେ 11ଚୌକା ଓ 8 ଛକା ସହ 135 ରନର ଅପରାଜିତ ପାଳି ଖେଳିଥିଲେ ।
ଏକ ନିଶ୍ଚିନ୍ତ ପରାଜୟରୁ ଇଂଲଣ୍ଡକୁ ବଞ୍ଚାଇଥିଲେ ଷ୍ଟୋକ୍ସ । ଏଥିସହିତ ଶେଷ ୱିକେଟରେ ନିର୍ଭିକ ଭାବେ ଶତକୀୟ ପାଳି ଖେଳି ଇଂଲଣ୍ଡକୁ ଆକର୍ଷଣୀୟ ବିଜୟ ଭେଟି ଦେଇଥିଲେ । ଫଳରେ ଆସେସ ସିରିଜ 1-1ରେ ବରାବର ହୋଇଛି ।