ବେଙ୍ଗାଲୁରୁ: ଆହତ ସମସ୍ୟା ପାଇଁ ଅଡୁଆରେ ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ। ଟିମ ଇଣ୍ଡିଆ ଆଗାମୀ ସିରିଜ ନ୍ୟୁଜିଲାଣ୍ଡ ସହ ଖେଳିବ। ଏହା ଘରୋଇ ସିରିଜ ନୁହେଁ ବର୍ଷର ପ୍ରଥମ ବିଦେଶ ଗସ୍ତରେ ଯିବ ଭାରତୀୟ ଦଳ। ଏଥିପାଇଁ କୌଣସି ବି ମୂହୂର୍ତ୍ତରେ ଦଳ ଘୋଷଣା ହୋଇପାରେ। ମାତ୍ର 34 ବର୍ଷିୟ ଧାୱନଙ୍କ ଚୟନ ନେଇ ଆଶଙ୍କା ଦେଖାଦେଇଛି।
ଭାରତର ନ୍ୟୁଜିଲାଣ୍ଡ ଗସ୍ତ: ଆଶଙ୍କାରେ ଆହତ ଧାୱନଙ୍କ ଚୟନ - ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ
ଆହତ ସମସ୍ୟା ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନଙ୍କ ପିଛା ଛାଡୁନି । ଟିମ ଇଣ୍ଡିଆର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ହେବାକୁ ଥିବା ବେଳେ, ଧାୱନଙ୍କ ଚୟନ ନେଇ ଆଶଙ୍କା ଦେଖାଦେଇଛି। ଅଧିକ ପଢନ୍ତୁ...
ଅଷ୍ଟ୍ରେଲିଆ ବିପକ୍ଷ 3ୟ ଦିନିକିଆରେ ଆହତ ହୋଇଛନ୍ତି ଧାୱନ। ଫଳରେ ମ୍ୟାଚର 5 ଓଭରରେ ହିଁ ପଡିଆ ଛାଡିଥିଲେ। ଫିଲ୍ଡିଂ ନ କରିବା ସହ ବ୍ୟାଟିଂ ପାଇଁ ମଧ୍ୟ ଆସିନଥିଲେ। ଧାୱନଙ୍କ ସ୍ଥାନରେ ୟୁଜଭେନ୍ଦ୍ର ଚହଲ ଫିଲ୍ଡିଂ କରିଥିଲେ। ଲୋକେଶ ରାହୁଲ, ରୋହିତ ଶର୍ମାଙ୍କ ସହ ଓପନିଂ ଭାରତ ସମ୍ଭାଳିଥିଲେ ।
ପୂର୍ବରୁ 2019 ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ହୋଇ ସମ୍ପୂର୍ଣ୍ଣ ବିଶ୍ବକପରୁ ବାଦ ପଡିଥିଲେ ଧାୱନ। ପରେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ପୁନଃର୍ବାର ଆହତ ହୋଇଥିଲେ। ଆହତ ସମସ୍ୟା ଏହି ଷ୍ଟାର ଓପନରଙ୍କ ପିଛା ଛାଡୁନଥିବାବେଳେ, ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କର ଚୟନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସମ୍ପୂର୍ଣ୍ଣ ଫିଟ ନଥିବା କୁହାଯାଉଛି। ଜାତୀୟ କ୍ରିକେଟ ଏକାଡେମୀ(NCA) ପକ୍ଷରୁ ପାଣ୍ଡ୍ୟାଙ୍କ ଫିଟ ରିପୋର୍ଟକୁ ଚୟନକର୍ତ୍ତା ଅପେକ୍ଷା କରିଥିବା ସୂଚନା ମିଳିଛି।