ଓଡିଶା

odisha

ETV Bharat / sports

ରୋହିତ ଓ କୋହଲିଙ୍କ ମଧ୍ୟରୁ ବ୍ରାଡ ହଗ ବାଛିଲେ ନିଜ ପସନ୍ଦର ଖେଳାଳି - ରୋହିତ ଶର୍ମା

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରାଡ ହଗ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରୁ ତାଙ୍କ ପସନ୍ଦର ଧଳା ବଲ କ୍ରିକେଟରକୁ ବାଛିଛନ୍ତି । ଅଧିକ ପଢ଼ନ୍ତୁ...

formrer Australia cricketer, brad hogg pick his favorite player, Virat Kohli and Rohit Sharma, ବିରାଟ କୋହଲି, ରୋହିତ ଶର୍ମା, ବ୍ରାଡ ହଗ ବାଛିଲେ ନିଜ ପସନ୍ଦର ଖେଳାଳି
ରୋହିତ ଓ କୋହଲିଙ୍କ ମଧ୍ୟରୁ ବ୍ରାଡ ହଗ ବାଛିଲେ ନିଜ ପସନ୍ଦର ଖେଳାଳି

By

Published : Jun 4, 2020, 5:07 PM IST

ହାଇଦ୍ରାବାଦ: ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ଗଣାଯାଉଛି । ଉଭୟ ନିଜ ନିଜ କ୍ରିକେଟ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି। କୋହଲି 27 ଟେଷ୍ଟ ଶତକ ଏବଂ 43ଟି ଦିନିକିଆ ଶତକ ହାସଲ କରିବା ସହ 31 ବର୍ଷ ବୟସରେ 70ଟି ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଛନ୍ତି । ଫ୍ୟାନ୍ସ ଓ କ୍ରିକେଟ ଉପରେ ଜ୍ଞାନ ଥିବା ଲୋକମାନେ ପ୍ରାୟ ସମୟରେ ଚର୍ଚ୍ଚା କରନ୍ତି ଯେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ 100ଟି ଶତକର ରେକର୍ଡକୁ କୋହଲି ଅତିକ୍ରମ କରିପାରିବେ ନା ନାହିଁ ।

ସେପଟେ ରୋହିତ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ଦିନିକିଆରେ ତିନି ଦ୍ବିଶତକ ପଞ୍ଜିକରଣ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ସୀମିତ ଓଭର ଖେଳରେ 100 ରନ ମାର୍କ ଅତିକ୍ରମ କଲେ ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରନ୍ତି ଯେ ଏହା ତାଙ୍କର 4ର୍ଥ ଦ୍ବିଶତକ ହେବ କି ? ଅନେକ ପୂର୍ବତନ କ୍ରିକେଟରଙ୍କ ସହ ଅଷ୍ଟ୍ରେଲିଆର ସ୍ପିନ ମାଷ୍ଟ୍ରୋ ବ୍ରାଡ ହଗ ମଧ୍ୟ ରୋହିତଙ୍କୁ ସେହି ଖେଳାଳି ଭାବରେ ବାଛିଛନ୍ତି ଯିଏ ଟି-୨୦ରେ ଦ୍ବିଶତକ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇପାରନ୍ତି।

ନିଜ ନିଜ କ୍ୟାରିଅରରେ ଏତେଗୁଡ଼ିଏ ସଫଳତା ହାସଲ କରିବା ପରେ ବି ସେମାନଙ୍କ ଫ୍ୟାନ୍ସ ସୀମିତ ଓଭର କ୍ରିକେଟରେ ରୋହିତ ଏବଂ ବିରାଟଙ୍କ ମଧ୍ୟରେ ଶ୍ରେଷ୍ଠ କ୍ରିକେଟର କିଏ ବୋଲି ବିତର୍କ ଜାରି ରଖିଛନ୍ତି।

ନିଜ ଅଫିସିଆଲ ୟୁଟ୍ୟୁବ ଭିଡିଓରେ ହଗଙ୍କୁ ଜଣେ ପ୍ରଶଂସକ ସମାନ ପ୍ରଶ୍ନ ପଚାରିଥିଲେ। ତାଙ୍କ ଉତ୍ତରରେ ପୂର୍ବତନ ବାମହାତୀ ବୋଲର କହିଛନ୍ତି, “ବିରାଟ କୋହଲି, କାରଣ ଯେତେବେଳେ ଭାରତ ବଡ଼ ଧରଣର ରନ ଚେଜ କରେ ସେତେବେଳେ ସେ ଅଧିକ ସ୍ଥିର ହୋଇଥା’ନ୍ତି। ଆଉ ଭାରତ ଯେତେବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରେ ସେ ନିଜେ କ୍ରିଜରେ ରହି ଦଳ ପାଇଁ ଭଲ ପ୍ରଦର୍ଶନ କରନ୍ତି ।’’

ହଗ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ କୋହଲିଙ୍କୁ ରୋହିତଙ୍କ ସହ ତୁଳନା କରିପାରିବେ ନାହିଁ, କାରଣ ଉଭୟ ଖେଳାଳିଙ୍କ ଦଳରେ ଭିନ୍ନ ଭୂମିକା ରହିଛି।

“କିନ୍ତୁ ତୁମେ ପ୍ରକୃତରେ ଦୁଇଜଣଙ୍କୁ ତୁଳନା କରିପାରିବ ନାହିଁ କାରଣ ସେମାନଙ୍କର ଭିନ୍ନ ଭୂମିକା ରହିଛି । ଫିଲ୍ଡ ପ୍ରତିବନ୍ଧକ ଥିବାବେଳେ ରୋହିତଙ୍କ ଭୂମିକା ଆକ୍ରମଣାତ୍ମକ ହୋଇଥିବା ବେଳେ ବିରାଟଙ୍କ ଭୂମିକା ହେଉଛି ପୁରା ଇନିଂସରେ ବ୍ୟାଟିଂ କରିବା ଏବଂ ଶେଷ ପର୍ଯ୍ୟନ୍ତ ରହିବା, ତେଣୁ ସେମାନେ ପରସ୍ପରକୁ ପୂର୍ଣ୍ଣ କରନ୍ତି’’ ବୋଲି ସେ କହିଛନ୍ତି।

ABOUT THE AUTHOR

...view details