ଓଡିଶା

odisha

ETV Bharat / sports

2011 ବିଶ୍ବକପ ପରାଜୟର 24ଟି କାରଣ ଦର୍ଶାଇଲେ ପୂର୍ବତନ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ - ପୂର୍ବତନ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ

ଶ୍ରୀଲଙ୍କା କ୍ରମାଗତ ଦ୍ବିତୀୟ ବିଶ୍ୱକପ ଫାଇନାଲରେ ହାରିଥିବା ବେଳେ ଭାରତ 6 ୱିକେଟରେ ଏହି ମ୍ୟାଚ ଜିତିଥିଲା । 1983 ମସିହାରେ ସେମାନେ ସେମାନଙ୍କର ପ୍ରଥମ ଟାଇଟଲ୍ ଜିତିଥିବାରୁ ବଞ୍ଚିତ ହୋଇଥିଲେ ।

former-sl-sports-minister-submits-24-reason-report-on-why-team-lost-2011-wc
2011 ବିଶ୍ବକପ ପରାଜୟର 24ଟି କାରଣ ଦର୍ଶାଇଲେ ପୂର୍ବତନ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ

By

Published : Jun 25, 2020, 10:06 PM IST

କଲମ୍ବୋ: ଆଇସିସି ବିଶ୍ବକପ 2011 ଫାଇନାଲ ଫିକ୍ସିଂ ହୋଇଛି ବୋଲି ନିଜ ଦାବିକୁ ଯଥାର୍ଥ କରିବା ପାଇଁ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମେଜ ଅଧିକାରୀଙ୍କ କିଛି ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ଶ୍ରୀଲଙ୍କା କ୍ରମାଗତ ଦ୍ବିତୀୟ ବିଶ୍ୱକପ ଫାଇନାଲରେ ହାରିଥିବା ବେଳେ ଭାରତ 6 ୱିକେଟରେ ଏହି ମ୍ୟାଚ ଜିତିଥିଲା । 1983 ମସିହାରେ ସେମାନେ ସେମାନଙ୍କର ପ୍ରଥମ ଟାଇଟଲ୍ ଜିତିଥିବାରୁ ବଞ୍ଚିତ ହୋଇଥିଲେ ।

ଶ୍ରୀଲଙ୍କାର ଏକ ଅଗ୍ରଣୀ ଗଣମାଧ୍ୟମକୁ ସୂଚନା ଦେଇ ଆଲୁଥଗାମେଜ୍ କହିଛନ୍ତି ଯେ,‘‘ 9 ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟରେ ଶ୍ରୀଲଙ୍କା କାହିଁକି ଟୁର୍ଣ୍ଣାମେଣ୍ଟ ହାରିଛି ସେ ବିଷୟରେ 24 ଟି କାରଣ ଉଲ୍ଲେଖ କରିଛି ।’’ ୱାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ହୋଇଥିବାରୁ ସେମାନେ ସହଜରେ ମ୍ୟାଚ୍ ଜିତି ପାରିଥାନ୍ତେ ବୋଲି ଆଲୁଥଗାମେଜ୍ ପୂର୍ବରୁ ଦାବି କରିଛନ୍ତି ।

"2011 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପିକ୍ସ ହୋଇଥିଲା । ତେବେ ମୁଁ ଦାବିର ସହ ଏହି କଥା କହୁଛି । କାରଣ ମୁଁ କ୍ରୀଡ଼ାମନ୍ତ୍ରୀ ଥିବା ସମୟରେ ଏହା ଘଟିଥିଲା ।’’ ​​ବୋଲି ଆଲୁଥଗାମେଜ୍ ଗତ ସପ୍ତାହରେ କହିଥିଲେ ।

‘‘ତଥାପି, ମୁଁ ଦେଶ ପାଇଁ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଇଚ୍ଛା କରୁ ନାହିଁ । 2011 ରେ ଭାରତ ବିପକ୍ଷ ମ୍ୟାଚ, ଯାହା ଏକ ସହଜ ବିଜୟୀ ମ୍ୟାଚ ଥିଲା । ମାତ୍ର ମ୍ୟାଚ ଫିକ୍ସ ହୋଇଥିଲା ।’’

" ମୁଁ ଏହା ଉପରେ ଏକ ବିତର୍କ କରିବାକୁ ଚାହୁଁଛି । ଲୋକମାନେ ଏହାକୁ ନେଇ ଚିନ୍ତା କରନ୍ତି । ମୁଁ ଏଥିରେ କ୍ରିକେଟରଙ୍କୁ ସାମିଲ କରିବି ନାହିଁ।‘‘ ବୋଲି କହିଛନ୍ତି ଆଲୁଥଗାମେଜ ।

ABOUT THE AUTHOR

...view details