ଓଡିଶା

odisha

By

Published : Oct 8, 2020, 5:14 PM IST

ETV Bharat / sports

ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବୋଲର ଭର୍ଣ୍ଣନ ଫିଲାଣ୍ଡରଙ୍କ ଭାଇଙ୍କୁ ହତ୍ୟା

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଜଣେ ପଡୋଶୀଙ୍କୁ ପାଣି ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବାବେଳେ ହତ୍ୟାକାରୀ ଏପର୍ଯ୍ୟନ୍ତ ଧରାପଡିନାହିଁ ।

Former SA fast bowler Vernon Philander's brother shot dead
ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବୋଲର ଭର୍ଣ୍ଣନ ଫିଲାଣ୍ଡରଙ୍କ ଭାଇଙ୍କୁ ହତ୍ୟା

ଜୋହାନ୍ସବର୍ଗ: ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଫାଷ୍ଟ ବୋଲର ଭର୍ଣ୍ଣନ ଫିଲାଣ୍ଡରଙ୍କ ସାନ ଭାଇଙ୍କୁ ହତ୍ୟା । କେହି ଦୁର୍ବୃତ୍ତ ଫିଲାଣ୍ଡରଙ୍କ 32 ବର୍ଷୀୟ ସାନ ଭାଇ ଟେରୋନ ଫିଲାଣ୍ଡରଙ୍କୁ କେପଟାଉନସ୍ଥିତ ଘର ନିକଟରେ ଗୁଳି କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଜଣେ ପଡୋଶୀଙ୍କୁ ପାଣି ଦେଉଥିବା ସମୟରେ ଏହି ଘଟଣା ଘଟିଥିଲା । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବାବେଳେ, ହତ୍ୟାକାରୀ ଏପର୍ଯ୍ୟନ୍ତ ଧରାପଡିନାହିଁ ।

ଭର୍ଣ୍ଣନ ଫିଲାଣ୍ଡର

ଭର୍ଣ୍ଣନ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟ୍ବିଟ ଯୋଗେଁ ଏହି ହତ୍ୟାକାଣ୍ଡ ନେଇ ସୂଚନା ଦେବା ସହ, ଫିଲାଣ୍ଡର ଏଭଳି କଠିନ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇବାକୁ ସେ ନିବେଦନ କରିଛନ୍ତି । ଏଥିସହିତ ଭାଇଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଭର୍ଣ୍ଣନ ଫିଲାଣ୍ଡର

ଫିଲାଣ୍ଡର ଇଂଲଣ୍ଡ ବିପକ୍ଷ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିଥିଲେ । ସେ 64ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରୁ 224 ୱିକେଟ, 30ଟି ଦିନିକିଆ ମ୍ୟାଚରୁ 41 ୱିକେଟ ଓ 7ଟି ଟି-20ରୁ 4 ୱିକେଟ ହାସଲ କରିଛନ୍ତି ।

ଭର୍ଣ୍ଣନ ଫିଲାଣ୍ଡର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details