ଓଡିଶା

odisha

ETV Bharat / sports

ପୂର୍ବତନ ରଣଜୀ ଖେଳାଳି ନରେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା - ନରେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା

ମଙ୍ଗଳବାର କ୍ରିକେଟ୍ କୋଚ୍‌ ତଥା ପୂର୍ବତନ ରଣଜୀ ଖେଳାଳି ନରେନ୍ଦ୍ର ସିଂହ ପାୱାର ଯୋଧପୁରର ପୁରୁଣା କ୍ୟାମ୍ପସରେ ଥିବା ଏକ କୋଠରୀରେ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Former Ranji cricket player
Former Ranji cricket player

By

Published : Jun 24, 2020, 2:28 PM IST

ଯୋଧପୁର: କୋରୋନା କାଳରେ ପ୍ରତିଦିନ ଅଶୁଭପ୍ରଦ ଖବର ମାନ ସାମ୍ନାକୁ ଆସୁଛି । ଏପରିସ୍ଥଳେ କ୍ରୀଡା ଜଗତରୁ ଆସିଛି ଦୁଃଖଦ ଖବର । ମଙ୍ଗଳବାର କ୍ରିକେଟ୍ କୋଚ୍‌ ତଥା ପୂର୍ବତନ ରଣଜୀ ଖେଳାଳି ନରେନ୍ଦ୍ର ସିଂହ ପାୱାର ଯୋଧପୁରର ପୁରୁଣା କ୍ୟାମ୍ପସରେ ଥିବା ଏକ କୋଠରୀରେ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୂର୍ବତନ ରଣଜୀ ଖେଳାଳୀ ନରେନ୍ଦ୍ର ସିଂହଙ୍କ ଆତ୍ମହତ୍ୟା

ବୁଧବାର ମଥୁରା ଦାସ ମାଥୁର ଡାକ୍ତରଖାନା ସମ୍ମୁଖରେ ରାବଣା ରାଜପୁତ ସମ୍ପ୍ରଦାୟର ଲୋକୋ ଓ ପରିବାର ସଦସ୍ୟ ପହଞ୍ଚି କ୍ରିକେଟ୍ ପ୍ରଶିକ୍ଷକ ନରେନ୍ଦ୍ର ସିଂହଙ୍କ ହତ୍ୟା ମାମଲା ପଞ୍ଜିକରଣ କରିବାକୁ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ ହତ୍ୟା ମାମାଲା ଦାଖଲ କରିନାହିଁ ସେତେ ପର୍ଯ୍ୟନ୍ତ ବ୍ୟବଚ୍ଛେଦ କରିବାକୁ କିମ୍ବା ମୃତଦେହକୁ ଡାକ୍ତରଖାନା ସମ୍ମୁଖରୁ ଉଠାଇ ନିଆଯିବ ନାହିଁ ବୋଲି ସମାଜର ସଦସ୍ୟମାନେ କହିଛନ୍ତି ।

କ୍ରିକେଟ୍ ପ୍ରଶିକ୍ଷକ ନରେନ୍ଦ୍ର ସିଂ ପାୱାରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ମା କହିଛନ୍ତି ଯେ, ନରେନ୍ଦ୍ର ସିଂ ଗତ ଏକ ମାସ ଧରି ମାନସିକ ଚାପରେ ଥିଲେ । ଏହାସହ କିଛି ଦିନ ହେଲା ସେ ସନ୍ଧ୍ୟାରେ ଘରକୁ ଆସିବା ପରେ କାହା ସହ କଥା ହୋଉ ନଥିଲେ । ତାଙ୍କ ମା' ମଧ୍ୟ କିଛି ଲୋକ ନରେନ୍ଦ୍ରଙ୍କୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ନରେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ପାଇବା ପାଇଁ ତାଙ୍କ ମା' ସମାଜର ଲୋକଙ୍କୁ ନିବେଦନ କରିଛନ୍ତି।

ସମାଜର ସମାନ ଲୋକ କହିଛନ୍ତି ଯେ, ଗତ କିଛି ଦିନ ହେବ ନରେନ୍ଦ୍ର ସିଂ ପାୱାରଙ୍କୁ ମଧ୍ୟ ଜଣେ ଅଜ୍ଞାତ ଯୁବକ ଧମକ ଦେଉଥିଲେ । ନରେନ୍ଦ୍ରଙ୍କ ମୋବାଇଲର ସମସ୍ତ ତଥ୍ୟ ମଧ୍ୟ ଫର୍ମାଟ କରାଯାଇଛି, ଯାହା ଦର୍ଶାଉଛି ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିଲା । ସମାଜର ଲୋକମାନେ ମଧ୍ୟ ଏ ସମ୍ପର୍କରେ ହତ୍ୟାକାଣ୍ଡ ମାମଲା ଦାୟର କରିବା ଉଚିତ ଏବଂ ଉଚିତ ତଦନ୍ତ କରିବା ଉଚିତ ବୋଲି ଦାବି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପୋଲିସ କହିଛି ଯେ ପରିବାର ସଦସ୍ୟ ଦେଇଥିବା ରିପୋର୍ଟରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି । ମାତ୍ର ମୃତକଙ୍କ ପରିବାର ଲୋକ ଆତ୍ମହତ୍ୟା ମାମଲରେ ହତ୍ୟା ମାମଲା ଦାୟର କରିବା ପାଇଁ ଦାବି କରିଛନ୍ତି ।

ABOUT THE AUTHOR

...view details