ଓଡିଶା

odisha

ETV Bharat / sports

‘ବ୍ଲାକ ଲାଇଭ୍ସ ମ୍ୟାଟର’ ଏମବ୍ଲେମ ଲଗାଇବାକୁ ପୂର୍ବତନ ପିସିବି ମୁଖ୍ୟଙ୍କ ଟିମକୁ ଅନୁରୋଧ - ପୂର୍ବତନ ପିସିବି ମୁଖ୍ୟ

ପାକିସ୍ତାନ ଟିମକୁ ପୂର୍ବତନ ପିସିବି ମୁଖ୍ୟଙ୍କ ଅନୁରୋଧ । ‘ବ୍ଲାକ ଲାଇଭ୍ସ ମ୍ୟାଟର’ ଏମବ୍ଲେମ ଲଗାଇବାକୁ ପରାମର୍ଶ ଦେଲେ ମେହମୁଦ । ଅଧିକ ପଢ଼ନ୍ତୁ...

Former PCB chief ,  wear BLM emblem during Eng series, black life matter, ବ୍ଲାକ ଲାଇଭ ମ୍ୟାଟର, ପୂର୍ବତନ ପିସିବି ମୁଖ୍ୟ, ଖାଲିଦ ମେହମୁଦ
‘ବ୍ଲାକ ଲାଇଭ୍ସ ମ୍ୟାଟର’ ଏମବ୍ଲେମ ଲଗାଇବାକୁ ପୂର୍ବତନ ପିସିବି ମୁଖ୍ୟଙ୍କ ଟିମକୁ ଅନୁରୋଧ

By

Published : Jul 7, 2020, 6:31 PM IST

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ଖାଲିଦ ମେହମୁଦ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରେ ଦଳକୁ ସେମାନଙ୍କ ଜର୍ସିରେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର' ଲୋଗୋ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ପାକିସ୍ତାନ ଇଂଲଣ୍ଡ ସହ ତିନୋଟି ଚେଷ୍ଟ ଓ ତିନୋଟି ଟି-20 ଖେଳିବ ।

ଚଳିତ ମାସ ଆରମ୍ଭରେ ଘୋଷଣା କରାଯାଇଥିଲା ଯେ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଖେଳାଳିମାନେ ସିରିଜ ସମୟରେ ସେମାନଙ୍କ ସାର୍ଟରେ ବିଏଲଏମ (ବ୍ଲାକ ଲାଇଭସ୍ ମ୍ୟାଟର) ଏମବ୍ଲେମ୍ (ପ୍ରତୀକ) ଲଗାଇ ଖେଳିବେ ଏବଂ ବର୍ତ୍ତମାନ ପାକିସ୍ତାନକୁ ମଧ୍ୟ ଏହା କରିବାକୁ କୁହାଯାଇଯାଇଛି ।

ମୁଁ ୱେଷ୍ଟଇଣ୍ଡିଜ କ୍ରିକେଟ କର୍ତ୍ତୃପକ୍ଷଙ୍କୁ ଏହି ପଦକ୍ଷେପ ନେଇଥିବାରୁ ସାଲ୍ୟୁଟ କରୁଛି ଏବଂ ପରେ ଇସିବି ମଧ୍ୟ ଏଥିରେ ସାମିଲ ହୋଇଛି । ତେଣୁ ମୁଁ ପିସିବିକୁ ମଧ୍ୟ ପରାମର୍ଶ ଦେବି ଯେ ପରବର୍ତ୍ତୀ ପାକିସ୍ତାନ ଇଂଲଣ୍ଡ ସିରିଜ ପାଇଁ ଏହି ନିଷ୍ପତ୍ତି ନିଅନ୍ତୁ, ବୋଲି ମେହମୁଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଧର୍ମ ଇସଲାମ 1400 ବର୍ଷ ପୂର୍ବେ ସ୍ପଷ୍ଟ କରି ଦେଇଥିଲା ଯେ ସମସ୍ତ ମଣିଷ ସମାନ ଅଟନ୍ତି ଏବଂ ଜାତି, ବର୍ଣ୍ଣ କିମ୍ବା ଧନ ଆଧାରରେ କାହା ପାଇଁ କୌଣସି ଶ୍ରେଷ୍ଠତା ନାହିଁ। ଏହି କାରଣରୁ ଆମେ ଏଭଳି ସମସ୍ତ କାର୍ଯ୍ୟରେ ପ୍ରଥମେ ଠିଆ ହେବା ଉଚିତ।

@IANS

ABOUT THE AUTHOR

...view details