ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ ସମସ୍ତ ପ୍ରକାର କ୍ରିକେଟରୁ ବିଦାୟ ନେଇଛନ୍ତି । 2016ରେ ଆନ୍ତଜାର୍ତୀୟ କ୍ରିକେଟରୁ ମାକ୍ୟୁଲମ ଅବସର ନେଇସାରିଛନ୍ତି । ମାତ୍ର ବିଭିନ୍ନ ଟି-20 ଲିଗରେ ସେ ଖେଳ ଜାରି ରଖିଥିଲେ । ମାକ୍ୟୁଲମ କାନାଡରେ ଚାଲିଥିବା ଗ୍ଲୋବାଲ ଟି-20 ଲିଗରେ ଟରଣ୍ଟୋ ନେସନାଲ ପକ୍ଷରୁ ଖେଳୁଥିଲେ । ଏହାପରେ କ୍ରିକେଟରେ ମାକ୍ୟୁଲମ ଯୁଗର ଶେଷ ହୋଇଛି ବୋଲି କୁହାଯାଉଛି ।
କ୍ରିକେଟରେ 'ମାକ୍ୟୁଲମ ଯୁଗ' ଶେଷ - ଟରଣ୍ଟୋ ନେସନାଲ
ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପଟେନ ବ୍ରେଣ୍ଡନ ମାକ୍ୟୁଲମ ସମସ୍ତ ପ୍ରକାର କ୍ରିକେଟରୁ ବିଦାୟ ନେଇଛନ୍ତି । ଏହାପରେ କ୍ରିକେଟରେ ମାକ୍ୟୁଲମ ଯୁଗର ଶେଷ ହୋଇଛି ବୋଲି କୁହାଯାଉଛି ।
![କ୍ରିକେଟରେ 'ମାକ୍ୟୁଲମ ଯୁଗ' ଶେଷ](https://etvbharatimages.akamaized.net/etvbharat/prod-images/768-512-4053581-thumbnail-3x2-wc.jpeg)
37 ବର୍ଷିୟ ମାକ୍ୟୁଲମ ଜଣେ ଦୁର୍ଦ୍ଦଶ ବ୍ୟାଟ୍ସମାନ ଭାବେ ଜଣାଶୁଣା । ବିସ୍ଫୋରକ ବ୍ୟାଟିଂ ପାଇଁ ସେ ସଭିଙ୍କ ପସନ୍ଦ । ପରିସ୍ଥିତି, ପ୍ରତିପକ୍ଷ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂରେ ପ୍ରଭାବ ପ୍ରକାଇ ନଥାଏ । ମାକ୍ୟୁଲମ ଆଇପିଏଲର ପ୍ରଥମ ସଂସ୍କରଣରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ । ଉଦଘାଟନୀ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ଖେଳିଥିବା ପାଳି ଆଇପିଏଲର ଧମାକାଦାର ଆରମ୍ଭ କରିଥିଲା । 73 ବଲରୁ ଅପରାଜିତ 158 ରନର ପାଳିକୁ ଏବେବି କେହି ଭୁଲିନାହାଁନ୍ତି ।
ବ୍ଲାକକ୍ୟାପସର ଏହି କ୍ୟାପଟେନ 101ଟି ଟେଷ୍ଟ ଖେଳିଛନ୍ତି । 12 ଦମଦାର ଶତକ ସହ 6453 ରନ ସଂଗ୍ରହ କରିଛନ୍ତି । 302 ରନର ବିଶାଳ ସ୍କୋର ମାକ୍ୟୁଲମଙ୍କ ବ୍ୟକ୍ତିଗତ ସର୍ବାଧିକ ଟେଷ୍ଟ ସ୍କୋର । ନ୍ୟୁଜିଲାଣ୍ଡ ପାଇଁ ସେ 260ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ମୋଟ 6083 ଦିନିକିଆ ରନ ସହ 5ଟି ଶତକ ମାକ୍ୟୁଲମଙ୍କ ନାଁରେ ରହିଛି । ସେହିପରି 71ଟି ଅନ୍ତଜାର୍ତୀୟ ଟି-20ରୁ 2140 ରନ କରିଛନ୍ତି । ତେବେ ସମସ୍ତ ପ୍ରକାର ଟି-20ଲିଗରେ 370 ମ୍ୟାଚ ଖେଳି ସେ 9922 ରନ ସଂଗ୍ରହ କରିଛନ୍ତି । 20 ବର୍ଷର କ୍ରିକେଟ କ୍ୟାରିୟରକୁ ନେଇ ଗର୍ବିତ ବୋଲି କହିଛନ୍ତି ମାକ୍ୟୁଲମ । ସବୁ ସୁପ୍ନ ଭିତରୁ ଯେବେ ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିଲେ ସେବେ, ସବୁ ସଫଳତା ପାଇଥିଲେ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ଏହି ଭେଟେରାନ ଖେଳାଳି ।