ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବିନ ସିଂହଙ୍କୁ ମିଳିଛି ନୂଆ ଦାୟିତ୍ବ । ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) କ୍ରିକେଟ ଟିମର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ରବିନ । 56 ବର୍ଷିୟ ରବିନ ସିଂହ ୟୁଏଆଇ କ୍ରିକେଟ ଟିମର ମୁଖ୍ୟ କୋଚ ଡଙ୍ଗି ବ୍ରାଉନଙ୍କ ସହ କାର୍ଯ୍ୟ କରିବେ ।
ରବିନ ସିଂହ ୟୁଏଇ କ୍ରିକେଟ ଟିମର ନିର୍ଦ୍ଦେଶକ ନିଯୁକ୍ତ - ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବିନ ସିଂ
ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବିନ ସିଂହଙ୍କୁ ମିଳିଛି ନୂଆ ଦାୟିତ୍ବ । ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) କ୍ରିକେଟ ଟିମର ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ରବିନ ।
![ରବିନ ସିଂହ ୟୁଏଇ କ୍ରିକେଟ ଟିମର ନିର୍ଦ୍ଦେଶକ ନିଯୁକ୍ତ Robin Singh appointed UAE's director](https://etvbharatimages.akamaized.net/etvbharat/prod-images/768-512-6054676-thumbnail-3x2-wccc.jpeg)
ତେବେ ରବିନ ସିଂହ ପାଇଁ ଏହି ନୂଆ ଦାୟିତ୍ବ ବଡ ଆହ୍ବାନ ଠାରୁ କମ ନୁହେଁ। କାରଣ ୟୁଏଇ ନ୍ୟାସନାଲ ଟିମ ଫିକ୍ସିଂ ସ୍କାଣ୍ଡାଲରୁ ବାହାରି ପାରିନାହିଁ। ଗତ ବର୍ଷ କ୍ୟାପଟେନ ମହମ୍ମଦ ନବିଦଙ୍କ ସମେତ ଟିମର ଏକାଧିକ ଖେଳାଳି ନିଲମ୍ବିତ ହୋଇଥିଲେ । ଏପରିକି ଚୟନ କମିଟି ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ବିନା ଚୟନ କମିଟିରେ କୋଚ ବ୍ରାଉନ ସ୍କଟଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଟିମ ଚୟନ କରିଥିଲେ।
ରବିନ ସିଂହ ବର୍ଷ 1989ରୁ 2001 ମଧ୍ୟରେ ଟିମ ଇଣ୍ଡିଆର ପ୍ରମୁଖ ସଦସ୍ୟ ରହିବା ସହ, 136ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହାପରେ ବିଭିନ୍ନ ଟିମର କୋଚ ଦାୟିତ୍ବ ତୁଲାଇଛନ୍ତି ଏହି ଭେଟେରେନ କ୍ରିକେଟର । ଆଇପିଏଲର ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ କାରବିୟନ ପ୍ରିମିୟର ଲିଗର ବାର୍ବୋଦାସ ଟ୍ରାଇଡେଣ୍ଟ ଟିମରେ କାର୍ଯ୍ୟ କରିଛନ୍ତି।