ବେଙ୍ଗାଲୁରୁ: ପୂର୍ବତନ ଭାରତୀୟ କ୍ରିକେଟର ବିଏସ ଚନ୍ଦ୍ରଶେଖରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଆଇସିୟୁରେ ଅଛନ୍ତି ଓ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘର ପ୍ରବକ୍ତା ବିନୟ ସୂଚନା ଦେଇଛନ୍ତି ।
ବିଏସଙ୍କ ଧର୍ମପତ୍ନୀ ସନ୍ଧ୍ୟା କହିଛନ୍ତି ଯେ, ସେ ଠିକ୍ ଥିଲେ ଓ ମ୍ୟାଚ ଦେଖୁଥିଲେ । ସେହି ସମୟରେ ତାଙ୍କୁ କଥା କହିବାରେ ଅସୁବିଧା ହେବା ସହ ସ୍ବାସ୍ଥ୍ୟବସ୍ଥା ବିଗିଡି ଗଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ସେ ଏବେ ଠିକ୍ ଅଛନ୍ତି । 2ଦିନ ପରେ ଘରକୁ ଫେରିବେ ।