ଓଡିଶା

odisha

ETV Bharat / sports

କର୍କଟ ରୋଗରେ ପୀଡିତ ମାଇକେଲ କ୍ଲାର୍କଙ୍କ ଖାସ୍‌ ସନ୍ଦେଶ - ଚର୍ମ କର୍କଟ

2006ରୁ  ନିରନ୍ତର  ଭାବେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଚର୍ମ କର୍କଟ ରୋଗ ସହ ଲଢୁଛନ୍ତି । କ୍ଲାର୍କଙ୍କ ମୁହଁ ଓ ମଥାରେ ସ୍କିନ କ୍ୟାନସର ହୋଇଛି ।  ତେବେ ସେ ରବିବାର ଦିନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ମଥାରେ ସର୍ଜରୀ ହୋଇଥିବା ସୂଚନା ଦେବା ସହ ଯୁବବର୍ଗଙ୍କୁ ଏକ ଖାସ୍ ସନ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 9, 2019, 9:36 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଚର୍ମ କର୍କଟରେ ପୀଡିତ । 2006 ମସିହାରେ ତାଙ୍କୁ ଏହି ରୋଗ ସମ୍ପର୍କରେ ଜଣା ପଡିଥିଲା । କ୍ଲାର୍କଙ୍କ ମୁହଁ ଓ ମଥାରେ ସ୍କିନ କ୍ୟାନସର ହୋଇଛି । ତେବେ ସେ ରବିବାର ଦିନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରି ମଥାରେ ସର୍ଜରୀ ହୋଇଥିବା ସୂଚନା ଦେଇଛନ୍ତି ।

ଏଥିସହ ସେ ଯୁବବର୍ଗଙ୍କୁ ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି । ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଫଟୋ ସେୟାର କରି ଲେଖିଛନ୍ତି ଯେ, ଆଉ ଗୋଟିଏ ଦିନ ମୋ ଚେହେରାର କ୍ୟାନସରକୁ କାଟି ବାହାର କରି ଦିଆଯାଇଛି । ସମସ୍ତ ଯୁବବର୍ଗ ନିଜର ଚେହେରାକୁ ସୂର୍ଯ୍ୟ କିରଣରୁ ରକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ଆବଶ୍ୟକ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@michaelclarke

ସୂଚନାଥାଉକି, ମାଇକେଲ କ୍ଲାର୍କ 2010 ମସିହାରୁ କ୍ୟାନସରର କାଉନସିଲର ଆମ୍ବାସାଡର ଅଛନ୍ତି । 2006 ମସିହାରୁ ନିରନ୍ତର ଭାବେ ସେ ନିଜର ଚେକଅପ୍‌ ଓ ଚିକିତ୍ସା କରି କ୍ୟାନସର ପରି ମାରାତ୍ମକ ରୋଗକୁ ହରାଇ ଦେଇଛନ୍ତି।

ABOUT THE AUTHOR

...view details