ଓଡିଶା

odisha

ETV Bharat / sports

‘ଧୋନିଙ୍କ ପରେ ଭାରତୀୟ ଟିମରେ ନାହାଁନ୍ତି ଫିନିସର’ - ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍‌ ଜୋନ୍ସ

ଧୋନିଙ୍କ ପ୍ରଶଂସା କରିବା ସହ ଭାରତୀୟ ଟିମର ସମସ୍ୟା ବିଷୟରେ କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍‌ ଜୋନ୍ସ । ଅଧିକ ପଢ଼ନ୍ତୁ...

former australia player,  biggest problem of indian cricket team, commenting on MS Dhoni, ଭାରତୀୟ ଟିମରେ ନାହାଁନ୍ତି ଫିନିସର, ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍‌ ଜୋନ୍ସ, ଏମଏସ ଧୋନି
‘ଧୋନିଙ୍କ ପରେ ଭାରତୀୟ ଟିମରେ ନାହାଁନ୍ତି ଫିନିସର’

By

Published : Jul 25, 2020, 12:52 PM IST

ନୂଆଦିଲ୍ଲୀ: ଏମଏସ ଧୋନି ଅନେକ ପ୍ରତିଭାର ଅଧିକାରୀ । ସେ ଜଣେ ବିଚକ୍ଷଣ ଅଧିନାୟକ, ଚାମ୍ପିଅନ ବ୍ୟାଟ୍ସମ୍ୟାନ ଏବଂ ଜଣେ ଉଲ୍ଲେଖନୀୟ ୱିକେଟ କିପର। ଏହାସହ ଧୋନି ବିଶ୍ବ କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ ଫିନିସର ଅଟନ୍ତି । କ୍ରିକେଟକୁ ସବୁବେଳେ ଏକ ବିଶ୍ବାସ ରହିଛି ଯେ ଯଦି ଧୋନି ଶେଷ ବେଳକୁ କ୍ରିଜରେ ଅଛନ୍ତି, ତେବେ ସେ ଯେକୌଣସି ସମୟରେ ମ୍ୟାଚକୁ ତାଙ୍କ ଟିମ ସପକ୍ଷରେ କରିଦେବାର କ୍ଷମତା ରଖନ୍ତି । ଫିନିସର ଭାବେ ଧୋନିଙ୍କର ସବୁଠାରୁ ସ୍ମରଣୀୟ ସଟ ଥିଲା ଯେତେବେଳେ ସେ 2011 ବିଶ୍ବକପରେ ବିଜୟ ପାଇଁ ନୁୱାନ କୁଲସେକରାଙ୍କୁ ଛକା ମାରିଥିଲେ । ସେହି ସଟ ଆଜିବି ସବୁ ଭାରତୀୟ ଫ୍ୟାନ୍ସଙ୍କ ମନରେ ସ୍ମୃତି ହୋଇ ରହିଛି । ତେବେ ଧୋନି ଓ ଭାରତୀୟ ଟିମକୁ ନେଇ ନିଜର ମତ ରଖିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ୍‌ ଜୋନ୍ସ ।

ଗତ ବର୍ଷର ବିଶ୍ବକପ ଟୁର୍ନାମେଣ୍ଟ ସମୟରେ ମଧ୍ୟ ଧୋନି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ମ୍ୟାଚ ବିଜେତା ହେବେ ବୋଲି ଚିନ୍ତା କରାଯାଇଥିଲା। କିନ୍ତୁ ଧୋନିଙ୍କ ରନ ଆଉଟ ହେବା ପରେ ଭାରତର ସେହି ସ୍ବପ୍ନ ଭାଙ୍ଗିଯାଇଥିଲା ।

ଏହି ମ୍ୟାଚରେ ଶେଷ ଥର ପାଇଁ ଧୋନିଙ୍କୁ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିଥିଲା, ଯାହାପରେ ସେ କ୍ରୀଡ଼ାରୁ ଅଘୋଷିତ ସମୟ ପାଇଁ ବିଶ୍ରାମ ନେଇଛନ୍ତି । ଭାରତୀୟ ଦଳ ତାଙ୍କ ଅନୁପସ୍ଥିତିରେ ୱିକେଟ୍ କିପର ଭାବରେ ଋଷଭ ପନ୍ତ ଏବଂ କେଏଲ୍ ରାହୁଲଙ୍କ ଉପରେ ନିର୍ଭର କରିବାକୁ ଚେଷ୍ଟା କରିଛି କିନ୍ତୁ ତଥାପି ସେମାନେ ତାଙ୍କର ସ୍ଥାୟୀ ୱିକେଟ କିପର ପାଇପାରିନାହାଁନ୍ତି ।

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ ଜୋନ୍ସ ଧୋନିଙ୍କ କ୍ରିକେଟରୁ ଅନୁପସ୍ଥିତି ବିଷୟରେ କହିଥିଲେ ଏବଂ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଜଣେ ଫିନିସରଙ୍କୁ ଗ୍ରୁମ କରିବା ଟିମ ଇଣ୍ଡିଆ ପାଇଁ ଏକ ବଡ ସମସ୍ୟା ହେବ।

“ବର୍ତ୍ତମାନ ଦେଖାଯାଉଛି ଯେ ଭାରତୀୟ ଚୟନକର୍ତ୍ତା ଋଷଭ ପନ୍ତ ଏବଂ କେଏଲ୍ ରାହୁଲଙ୍କୁ ୱିକେଟ କିପର ଭାବେ ଗ୍ରହଣ କରୁଛନ୍ତି। ତେବେ ଯଦି ଚଳିତ ଆଇପିଏଲରେ ଧୋନିଙ୍କର ଚମତ୍କାର ପ୍ରଦର୍ଶନ ରହିବ ତେବେ ସେ ଟିମକୁ ଫେରିବେ, କିନ୍ତୁ ଯଦି ସେ ପରବର୍ତ୍ତୀ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ନାହିଁ ତେବେ ବୋଧହୁଏ ତାଙ୍କ ଦ୍ବାର ନିଶ୍ଚିତ ବନ୍ଦ ହୋଇଯିବ । କିନ୍ତୁ, ସେ ଏବେ ବି ତାଙ୍କ ପାଇଁ ଦ୍ବାର ଖୋଲା ଛାଡିଛନ୍ତି । ଏହି ବିରତି ତାଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇପାରେ । ତାଙ୍କ ପାଇଁ ଏହା ବାସ୍ତବରେ ଏକ ଭଲ ବିରତି ଏବଂ ଯଦି ସେ ଏଥିରୁ ଫେରିବାକୁ ଚାହାଁନ୍ତି - ତେବେ ବିଶ୍ବାସ କରନ୍ତୁ ଆପଣଙ୍କ ବୟସ ଯେତେ ବଢ଼ିବ ଫେରିବା ସେତେ କଠିନ ହେବ,’’ ବୋଲି ଡିନ କହିଛନ୍ତି ।

“ସେ (ଏମଏସ ଧୋନି) ଜଣେ ସୁପରଷ୍ଟାର। ସେ ‘ମହାନ’ । ତେଣୁ ମୁଁ ସର୍ବଦା ଅନୁଭବ କରିଛି, ମହାନ ଖେଳାଳିଙ୍କୁ ସେମାନେ ଯାହା ଚାହାଁନ୍ତି ତାଙ୍କୁ କରିବାକୁ ଦିଆଯିବା ଉଚିତ । କିନ୍ତୁ ଏହି ସମୟରେ ସେମାନେ କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କ ଆଡ଼କୁ ଢ଼ଳୁଛନ୍ତି । ହେଲେ ଭାରତର ସବୁଠାରୁ ବଡ ସମସ୍ୟା ହେଉଛି ଜଣେ ଫିନିସର । ଆପଣଙ୍କ ଫିନିସର କିଏ ?,’’ ବୋଲି କହିଛନ୍ତି ଜୋନ୍ସ ।

ABOUT THE AUTHOR

...view details