ଓଡିଶା

odisha

ETV Bharat / sports

ଶୁଭିବନି ଗୁରୁଗମ୍ଭୀର ସ୍ବର, ନୀରବି ଗଲେ ପୂର୍ବତନ କ୍ରିକେଟର ଡିନ ଜୋନ୍ସ

ଆଇପିଏଲର 13ତମ ସଂସ୍କରଣରେ ଜୋନ୍ସ , ଷ୍ଟାର ସ୍ପୋର୍ଟ୍ସ କମେଣ୍ଟ୍ରୀ ଟିମରେ ରହିଥିଲେ । ଆକସ୍ମିକ ହୃଦଘାତରେ ଜୈବ ସୁରକ୍ଷିତ ପରିବେଶରେ ମୁମ୍ବାଇର ଏକ ଷ୍ଟାର ହୋଟେଲରେ, ଶେଷ ନିଦ୍ରାରେ ଶୋଇଯାଇଛନ୍ତି ଏହି କ୍ରିକେଟର । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା ।

Former Australia cricketer Dean Jones dies of heart attack
ଶୁଭିବନି ଗୁରୁଗମ୍ଭୀର ସ୍ବର, ନୀରବି ଗଲେ କ୍ରିକେଟ ଭାଷ୍ୟକାର ଡିନ ଜୋନ୍ସ

By

Published : Sep 24, 2020, 5:34 PM IST

ମୁମ୍ବାଇ: ଆଉ ନାହାଁନ୍ତି ଚମ୍ପିଆନ କ୍ରିକେଟ କମେଣ୍ଟେଟର ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ । ଆକସ୍ମିକ ହୃଦଘାତରେ ଜୈବ ସୁରକ୍ଷିତ ପରିବେଶରେ ମୁମ୍ବାଇର ଏକ ଷ୍ଟାର ହୋଟେଲରେ, ଶେଷ ନିଦ୍ରାରେ ଶୋଇଯାଇଛନ୍ତି ଏହି କ୍ରିକେଟର । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା । ଆଇପିଏଲର 13ତମ ସଂସ୍କରଣରେ ଜୋନ୍ସ ଷ୍ଟାର ସ୍ପୋର୍ଟ୍ସ କମେଣ୍ଟ୍ରୀ ଟିମରେ ରହିଥିଲେ ।

କମେଣ୍ଟ୍ରୀ ବକ୍ସରେ ତାଙ୍କର ଉପସ୍ଥିତି ସର୍ବଦା କ୍ରିକେଟ ମ୍ୟାଚକୁ ସଂପୂର୍ଣ୍ଣ କରୁଥିଲା । ତାଙ୍କର ଗୁରୁ ଗମ୍ଭୀର ସ୍ବରରେ ଲାଇଭ କ୍ରିକେଟର ଧାରା ବିବରଣୀ ବିଶ୍ବର କୋଟିକୋଟି କ୍ରିକେଟ ଫ୍ୟାନ୍ସଙ୍କୁ କରୁଥିଲା ମତୁଆଲା ।

ବର୍ଷ 1984ରେ ଅଷ୍ଟ୍ରେଲିଆ ଟିମର ୱେଷ୍ଟଇଣ୍ଡିଜ ଗସ୍ତରେ ଗ୍ରାହାମ ୟାଲପ, ଆହତ କାରଣରୁ ବାଦ ପଡିବା ପରେ ଜୋନ୍ସଙ୍କୁ ସ୍ଥାନ ମିଳିଥିଲା । ତେବେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା । ପରେ ଷ୍ଟିଭ ସ୍ମିଥ ଅସୁସ୍ଥ ହେବା ପରେ, ଦଳରେ ସ୍ଥାନ ମିଳିଥିଲା । ଡେବ୍ୟୁ ମ୍ୟାଚରେ ଜୋନ୍ସ 48 ରନର ଇଂନିସ ଖେଳିଥିଲେ । ପରେ ବର୍ଷ 1984ରୁ 1992 ମଧ୍ୟରେ ଜୋନ୍ସ ଅଷ୍ଟ୍ରେଲିଆ ପାଇଁ 52ଟି ଟେଷ୍ଟ ଖେଳି 46.55 ହାରରେ 3,631 ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ 11ଟି ଶତକ ମଧ୍ୟ ରହିଛି ।

ଚେନ୍ନାଇ(ମାଡ୍ରାସ)ରେ ବର୍ଷ 1986 ରେ ଭାରତ ବିପକ୍ଷରେ ସେ ଖେଳିଥିଲେ ରେକର୍ଡ 210 ରନର ମାରାଥନ ଇଂନିସ । ଗୁଳୁଗୁଳି ଓ ଅତ୍ୟଧିକ ତାପମାତ୍ରାରେ ପିଚରେ ବାନ୍ତି କରିଥିଲେ ଜୋନ୍ସ । ଯାହାକି ଏବେବି କ୍ରିକେଟ ଫ୍ୟାନ୍ସଙ୍କ ମନରେ ଅଭୁଲା ହୋଇ ରହିଛି । ଏହି ସ୍କୋର ଭାରତ ମାଟିରେ ଅଷ୍ଟ୍ରେଲିଆ କ୍ରିକେଟର ଭାବେ ସର୍ବାଧିକ ବ୍ୟକ୍ତିଗତ ରନ ।

ସେ ଅଷ୍ଟ୍ରେଲିଆ ପକ୍ଷରୁ 164ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି । 44.60 ହାରରେ 6,068 ରନ ସଂଗ୍ରହ କରିଛନ୍ତି । ଜୋନ୍ସଙ୍କ ପରଲୋକରେ କ୍ରିକେଟ ଜଗତ ଶ୍ରଦ୍ଧାଞ୍ଜଳି ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details