ମେଲବୋର୍ଣ୍ଣ: ପତ୍ନୀଙ୍କୁ ଛାଡପତ୍ର ଦେବାନେଇ ଘୋଷଣା କରିଛନ୍ତି, ଅଷ୍ଟ୍ରେଲିଆର ବିଶ୍ବକପ ବିଜେତା କ୍ୟାପଟେନ ମାଇକେଲ କ୍ଳାର୍କ। 2012ରେ ମେ ମାସରେ କେଲିଙ୍କୁ ବିବାହ କରିଥିଲେ କ୍ଳାର୍କ। ପତିପତ୍ନୀଙ୍କର ଏକ 4ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି । ତେବେ ଉଭୟ ଏକ ଘୋଷଣାନାମା ଜାରି କରି ଅଲଗା ହେବାପାଇଁ ନିଷ୍ପତ୍ତି ନେଇଛନ୍ତି।
ସାତବର୍ଷ ପରେ ପତ୍ନୀଙ୍କ ସାଥ ଛାଡିଲେ ମାଇକେଲ କ୍ଳାର୍କ - Former Aus captain Michael Clarke
ପତ୍ନୀଙ୍କୁ ଛାଡପତ୍ର ଦେବାନେଇ ଘୋଷଣା କରିଛନ୍ତି, ଅଷ୍ଟ୍ରେଲିଆର 2015 ଦିନିକିଆ ବିଶ୍ବକପ ବିଜେତା କ୍ୟାପଟେନ ମାଇକେଲ କ୍ଳାର୍କ।
କ୍ଳାର୍କ କହିଛନ୍ତି ଏହା ଏକ କଷ୍ଟକର ନିଷ୍ପତ୍ତି । ମାତ୍ର ଉଭୟ ପତିପତ୍ନୀଙ୍କ ସହମତିରେ ଏହି ନିଷ୍ପତ୍ତି ହୋଇଛି । କିଛି ଦିନ ଅଲଗା ରହିବା ପରେ ସଂପୂର୍ଣ୍ଣ ଅଲଗା ହେବାକୁ ସେ ବିଚାର କରିଛନ୍ତି। ପୂର୍ବରୁ ମଧ୍ୟ କ୍ଳାର୍କ 2010ରେ ନିର୍ବନ୍ଧ ପରେ ମଡେଲ ଲାରା ବିଙ୍ଗଲଙ୍କ ଠାରୁ ଅଲଗା ହୋଇଥିଲେ।
ମାଇକେଲ କ୍ଳାର୍କ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଜଣେ ଅନ୍ୟତମ ସଫଳ କ୍ୟାପଟେନ। ଏଥିସହିତ ବିଶ୍ବକ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର । ଅଷ୍ଟ୍ରେଲିଆ ପକ୍ଷରୁ ସେ 115ଟି ଟେଷ୍ଟରୁ 28 ଶତକ ସହ 8,643 ରନ ସଂଗ୍ରହ କରିଛନ୍ତି। କ୍ଳାର୍କଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ 2015 ଦିନିକିଆ ବିଶ୍ବକପ ଚମ୍ପିଆନ ହୋଇଛି।