ଓଡିଶା

odisha

ETV Bharat / sports

ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତ୍ତି, ଯାହା ବଦଳାଇଥିଲା ମ୍ୟାଚର ମୋଡ - ଭାରତ ବନାମ ବାଂଲାଦେଶ, 2016 ରେ ବିଶ୍ବ ଟି -20

ଜଣେ ଅଧିନାୟକ ଭାବରେ ତାଙ୍କର (ଧୋନି) ଶ୍ରେଷ୍ଠ ପାଞ୍ଚଟି ସାହସିକ ନିଷ୍ପତ୍ତି ଉପରେ ନଜର ପକାନ୍ତୁ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା, କିନ୍ତୁ ଶେଷରେ ଭାରତ ମ୍ୟାଚ୍ ଜିତିଥିଲା |

five-bold-decisions-by-ms-dhoni-as-captain-which-changed-the-course-of-game
ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ

By

Published : Jul 7, 2020, 7:47 PM IST

ହାଇଦ୍ରାବାଦ: ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଏମ୍.ଏସ୍ ଧୋନି କେବଳ ନିଜର ଫିନିସିଂ ଷ୍ଟାଇଲ ଏବଂ ବଡ଼ ସଟ୍ ଖେଳିବା ପାଇଁ ଜଣାଶୁଣା ନୁହଁନ୍ତି । ବରଂ ସେ ତାଙ୍କର ନେତୃତ୍ବ ତଥା ସାହସିକ ନିଷ୍ପତ୍ତି ପାଇଁ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ଯାହା ଟିମ୍ ଇଣ୍ଡିଆର ଅନେକ ମ୍ୟାଚର ଗତିପଥ ବଦଳାଇ ଦେଇଥିଲା |

ଧୋନିଙ୍କ ଦୀର୍ଘକାଳୀନ ଅଧିନାୟକତ୍ବରେ ଭାରତ ଅନେକ ଅବିଶ୍ବସନୀୟ ବିଜୟ ହାସଲ କରିଛି । ସେ ପ୍ରଥମ ଏବଂ ଏକମାତ୍ର ଅଧିନାୟକ ଯିଏ, ଆଇସିସିର 3ଟି ଫର୍ମାଟରେ ଟ୍ରଫି ଜିତିଛନ୍ତି । ତେବେ ପୂର୍ବତନ ଭାରତୀୟ ଅଧିନାୟକଙ୍କ 39 ତମ ଜନ୍ମଦିନ ଅବସରରେ, ଆସନ୍ତୁ ମନେପକାଇବା ତାଙ୍କର ଶ୍ରେଷ୍ଠ 5ଟି ନିର୍ଭୀକ ନିଷ୍ପତ୍ତି ଉପରେ ।

ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ
  • 2007 ଟି -20 ବିଶ୍ବକପ୍ ଫାଇନାଲ୍: ଜୋଗିନ୍ଦରଙ୍କୁ ଶେଷ ଓଭର ଦେବା

2007 ବିଶ୍ବକପର ଫାଇନାଲର ଶେଷ ଓଭର ନିଷ୍ପତ୍ତି ଭାରତୀୟ କ୍ରିକେଟର ସବୁଠାରୁ ବଡ ଘଟଣା । ଫାଇନାଲ ଓଭରରେ ଭାରତ 13 ରନ ରକ୍ଷା କରିବା ଆବଶ୍ୟକ କରୁଥିଲା । ପାକିସ୍ତାନର ମାତ୍ର ଗୋଟିଏ ୱିକେଟ୍ ବାକି ଥିଲା । କ୍ରିଜରେ ଥିଲେ ମିସବା-ଉଲ-ହକ । ମ୍ୟାଚର 17 ତମ ଓଭରରେ ହରଭଜନ ସିଂଙ୍କୁ 3ଟି ଛକା ମାରିସାରିଥିଲେ । ଯାହା ପାକିସ୍ତାନକୁ ବିଜୟ ଆଡକୁ ଟାଣି ନେଉଥିଲା । ମାତ୍ର ଶେଷ ଓଭରରେ ମିସବାଙ୍କୁ ଶ୍ରୀସନ୍ତଙ୍କ ହାତରେ କ୍ୟାଚ କରାଇ ଜୋଗିନ୍ଦର ଧୋନିଙ୍କ ନିଷ୍ପତ୍ତିକୁ ସଠିକ୍‌ ବୋଲି ପ୍ରମାଣ କରି ଦେଖାଇଥିଲେ ।

  • 2008, ନାଗପୁରରେ ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ଟେଷ୍ଟ
    ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ

2008 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ 4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 1-0ରେ ଆଗୁଆ ରହିଥିଲା ​​କାରଣ ସିରିଜର ପ୍ରଥମ ଏବଂ ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଥିବାବେଳେ ମୋହଲିରେ ଭାରତ ଦ୍ବିତୀୟ ଟେଷ୍ଟରେ ଅଗ୍ରଣୀ ହାସଲ କରିଥିଲା । ନାଗପୁରରେ ଥିଲା ଅନ୍ତିମ ଟେଷ୍ଟ । ଡ୍ର କିମ୍ବା ବିଜୟ ସହିତ ସିରିଜ୍ ସିଲ୍ କରିବାର ସୁଯୋଗ ପାଇଥିଲା ଭାରତ। |

କିନ୍ତୁ ପ୍ରଥମ ଇନିଂସରେ ଭାରତ 441 ରନ୍ କରିବା ପରେ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ଥିଲା ମ୍ୟାଚ । ତେବେ ତୃତୀୟ ଦିନରେ ଧୋନି ଅଧିନାୟକ ଭାବରେ କେବଳ ତୃତୀୟ ଟେଷ୍ଟରେ ନିଜ ବୋଲରମାନଙ୍କୁ ଅଫ୍ ଷ୍ଟମ୍ପ ବାହାରେ ବୋଲିଂ କରିବାକୁ ଏବଂ ବ୍ୟାଟ୍ସମ୍ୟାନଙ୍କ ଆକ୍ରମଣ ବିପଦକୁ ପ୍ରତ୍ୟାଖ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଧୋନିଙ୍କ ଏହି ନକାରାତ୍ମକ କୌଶଳକୁ ଅନେକ ସମୀକ୍ଷକ ସମାଲୋଚନା କରିଥିଲେ । ମାତ୍ର ଅନ୍ତିମ ଇନିଂସରେ ଭାରତ ଅଷ୍ଟ୍ରେଲିଆକୁ 172 ରନରେ ପରାସ୍ତ କରି ସିରିଜକୁ 2-0ରେ ନେଇଥିଲା ।

  • 2013 ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ: ଇଶାନ୍ତ ଶର୍ମାଙ୍କୁ ଟର୍ଣ୍ଣିଂ ପଟଣ୍ଟରେ ବୋଲିଂ
    ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ

ଆୟୋଜକ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ 2013 ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ । 130 କୁ ପିଛା କରୁଥିବା ଇଂଲଣ୍ଡର ବିଜୟ ଏକ ପ୍ରକାର ସ୍ଥିର ଥିଲା । ହାତରେ 6 ଟି ୱିକେଟ୍ ଓ 18ବଲରେ ମାତ୍ର 28 ରନର ଆବଶ୍ୟକତା ଥିଲା । 18 ତମ ଓଭର ବୋଲିଂ କରିବାକୁ ଧୋନିଙ୍କୁ ଉମେଶ ଯାଦବ, ଇଶାନ୍ତ ଶର୍ମା ଏବଂ ଭୁବନେଶ୍ୱର କୁମାରଙ୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡିଲା ଏବଂ ଶେଷରେ ସେ ପ୍ରଥମ 3 ଓଭରରେ 28 ରନ୍ ଦେଇଥିବା ଇଶାନ୍ତଙ୍କୁ ବାଛିଲେ । ତେବେ ଇଶାନ୍ତଙ୍କୁ ବୋଲିଂ ଦେବା ଖେଳର ଟର୍ଣ୍ଣିଂ ପଏଣ୍ଟ ବୋଲି ପ୍ରମାଣିତ ହୋଇଥିଲା । ବ୍ୟାଟ୍ସମ୍ୟାନ୍ ଇଏନ୍ ମୋର୍ଗାନ୍ ଏବଂ ରବି ବୋପାରାଙ୍କୁ ଇଶାନ୍ତ ଆଉଟ କରିବା ପରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

  • ଭାରତ ବନାମ ବାଂଲାଦେଶ, 2016 ରେ ବିଶ୍ବ ଟି-20: ଧୋନିଙ୍କ ସେହି ରନଆଉଟ
    ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ

ବାଂଲାଦେଶ ବିପକ୍ଷ ବିଶ୍ୱ ଟି -20 ମ୍ୟାଚ୍ ରେ ବାଙ୍ଗାଲୋରରେ 3 ଟି ବଲରୁ 2 ରନ୍ ଆବଶ୍ୟକ କରୁଥିବାବେଳେ ମେନ ବ୍ଲୁ ଉପରେ ଚାପ ପଡିଥିଲା । ଶେଷ ଓଭରରେ ବୋଲିଂ କରୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଧୋନି ପାଣ୍ଡ୍ୟାଙ୍କୁ ଏକ ସର୍ଟ ପିଚ୍‌ ବଲ୍ ବୋଲିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଯାହା ରନ ଆଉଟରେ ପରିଣତ ହୋଇଥିଲା । ଆଉ 2ରନରେ ମ୍ୟାଚ ଜିତିଥିଲା ଭାରତ ।

  • 2011 ବିଶ୍ବକପ୍ ଫାଇନାଲ୍: ଧୋନିଙ୍କ ବ୍ୟାଟିଂ କ୍ରମ ପରିବର୍ତ୍ତନ
    ଧୋନି@39: ଧୋନିଙ୍କ 5ଟି ବଡ ନିଷ୍ପତି, ଯାହା ବଦଳାଇଥିଲା ମ୍ୟାଚର ମୋଡ

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ 2011 ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ପାଇଁ 275 ଟାର୍ଗେଟ ରହିଥିଲା । ଟପ-4ଙ୍କୁ ହରାଇ ନିରାଶ ହୋଇ ପଡିଥାଏ ଭାରତୀୟ ଦଳ । ନମ୍ବର 5ରେ ବ୍ୟାଟିଂ ଆସନ୍ତି ଧୋନି । ଆଉ ଅସମ୍ଭବ ସମ୍ଭବ ହେବା ପରି ତାଙ୍କ ବଡ ସର୍ଟରେ ପୁରଣ ହୁଏ 28 ବର୍ଷର 100 କୋଟି ଭାରତୀୟଙ୍କ ସ୍ବପ୍ନ ।

ABOUT THE AUTHOR

...view details